fbpx

ଦେଢ ଲକ୍ଷ ଟଙ୍କା ମିଳିବ ଦରମା, SEBI ଆସିଷ୍ଟାଣ୍ଟ ମ୍ୟାନେଜର ପୋଷ୍ଟ ପାଇଁ sebi.gov.inରେ କରନ୍ତୁ ଆବେଦନ

Advertisement

ନୂଆଦିଲ୍ଲୀ: ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆରେ ଆସିଷ୍ଟାଣ୍ଟ ମ୍ୟାନେଜର ପୋଷ୍ଟ ପାଇଁ ଅବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ସେବୀର ଅଫିସିଆଲ ୱେବସାଇଟ .. କୁ ଯାଇ ଅନଲାଇନରେ ଆବେଦନ କରିପାରିବେ । ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଅଫିସର ଗ୍ରେଡ ଏ ପଦବୀରେ ଯୋଗ୍ୟ ଏବଂ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ନିଯୁକ୍ତ କରାଯିବ । ଆବେଦନ କରିବାର ଶେଷ ତାରିଖ ୩୦ ଜୁନ ରହିଛି ।

-ଆବେଦନର ଶେଷ ତାରିଖ- ୩୦ ଜୁନ ୨୦୨୪
-୧ ଫେଜ ଅନଲାଇନ ପରୀକ୍ଷା-୨୭ ଜୁଲାଇ ୨୦୨୪
-ଫେଜ ୨ ଅନଲାଇନ ପରୀକ୍ଷା-୩୧ ଅଗଷ୍ଟ ୨୦୨୪
-ଇନଫର୍ମମେସନ ଟେକ୍ନୋଲିଜୀ ଷ୍ଟ୍ରୀମ ଫେଜ ୨ ର ଫେପର ୨- ୧୪ ସେପ୍ଟେମ୍ବର ୨୦୨୪

ଖାଲି ପଦବୀ:
-ଜେନେରାଲ-୬୨ ପଦବୀ
-ଆଇନଜୀବୀ-୫ଟି ପଦବୀ
-ଇନଫରମେସନ ଟେକ୍ନୋଲୋଜୀ-୨୪ ପଦବୀ
-ରିସର୍ଚ୍ଚ- ୨ ପଦବୀ
-ରାଜ୍ୟ ଭାଷା- ୨ଟି ପଦବୀ
-ଇଞ୍ଜିନିୟରିଂ- ୨ଟି ପଦବୀ

ଗ୍ରେଡ ଏ ରେ ଅଧିକାରୀମାନଙ୍କ ଦରମା ୪୪ ହଜାର ୫୦୦ ରୁ ୨୫ ହଜାର(୪)-୫୪୫୦୦-୨୮୫୦(୭)-୭୪୪୫୦-ଇବି-୨୮୫୦(୪)-୮୫୮୫୦ ଅଟେ ।

ଜାତୀୟ ପେନସନ ଯୋଜନା, ଗ୍ରେଡ ଭତ୍ତା, ବିଶେଷ ଭତ୍ତା, ମହଙ୍ଗା ଭତ୍ତା, ପାରିବାରିକ ଭତ୍ତା, ସ୍ଥାନୀୟ ଭତ୍ତା, ବିଶେଷ ଗ୍ରେଡ ଭତ୍ତା, ବିଶେଷ ପ୍ରତିପୂରକ ଭତ୍ତା, ଆଦି ମିଳିବ । ଏହା ପାଖାପାଖି ମାସିକ ୧,୫୫,୦୦୦ ବିନା କ୍ୱାଟର ଏବଂ ୧,୧୬,୫୦୦ ପ୍ରତି ମାମ କ୍ୱାଟର ସହ ଆସିବ ।

ଚୟନ ପ୍ରକ୍ରିୟା ତୋନୋଟି ପର୍ଯ୍ୟାୟରେ ହେବ । ଫେଜ୧-(ଅନଲାଇନ ସ୍କ୍ରନିଂ ପରୀକ୍ଷା ଯେଉଁଥିରେ ପ୍ରତ୍ୟେକ ୧୦୦ ଅଙ୍କର ଦୁଇ ପେପର ସାମିଲ ହେବ), ଫେଜ-୨( ଅନ-ଲାଇନ ପରୀକ୍ଷା ଯେଉଁଥିରେ ପ୍ରତ୍ୟେକ ୧୦୦ ମାର୍କର ଦୁଇଟି ପେପର ସାମିଲ ରହିବ) ଏବଂ ଫେଜ୩(ଇଣ୍ଟରଭ୍ୟୁ) ।

Get real time updates directly on you device, subscribe now.