fbpx

ବିଜୟ ମାଲ୍ୟାଙ୍କୁ ସେବି କଲା ଫୁଲ ଟାର୍ଗେଟ: ଭାରତୀୟ ବଜାରରେ ତାଙ୍କର ସମସ୍ତ କାବାରକୁ ନିଷିଦ୍ଧ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କରୁ ହଜାରେ କୋଟି ଟଙ୍କା ନେଇ ବିଦେଶକୁ ଖସି ପଳାଇଥିବା ପଳାତକ ବିଜୟ ମାଲ୍ୟାଙ୍କ ବିରୋଧରେ ସେବି ଏକ ସଙ୍ଗିନ୍ ପଦକ୍ଷେପ ନେଇଛି। ମାର୍କେଟ ରେଗୁଲେଟର ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) କିଙ୍ଗଫିସର ମାଲିକ ବିଜୟ ମାଲ୍ୟାଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନେଇଛି । ଏଥସହ ତାଙ୍କୁ ୩ ବର୍ଷ ପର୍ୟ୍ୟନ୍ତ ମାର୍କେରେ କୌଣସି ପ୍ରକାର କାରବାର କରିବାରୁ ନିଷିଦ୍ଧ ଘୋଷଣା କରିଛି।

କେକଳ ଏତିକି ନୁହେଁ, ସେବି ବିଜୟ ମାଲ୍ୟାଙ୍କୁ ତିନି ବର୍ଷ ପାଇଁ ବଜାରରେ କାରବାର କରିବାକୁ ସିଧାସଳଖ ବାରଣ କରିଛି। ସେବି କହିଛନ୍ତି ଯେ ବିଜୟ ମାଲ୍ୟାଙ୍କ ସିକ୍ୟୁରିଟି ବଜାରରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସେବି ବିଜୟ ମାଲ୍ୟାଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ କ୍ରୟ, ବିକ୍ରୟ କିମ୍ବା ସିକ୍ୟୁରିଟି ବଜାର ସହିତ କୌଣସି ପ୍ରକାରର କାରବାର କରିବାକୁ ବ୍ୟାନ କରିଛି ।

ବିଦେଶ ପଳାତକ ବିଜୟ ମାଲ୍ୟାଙ୍କ ଉପରେ ଜୁଲାଇ ୨୬ ତାରିଖ ୨୦୨୪ ରେ ଜାରି କରାଯାଇଥିବା ଆଦେଶରେ ସେବି କହିଛନ୍ତି ଯେ ଭାରତୀୟ ବଜାରରେ ତାଲିକାଭୁକ୍ତ ହୋଇଥିବା କୌଣସି କମ୍ପାନୀରେ ବିଜୟ ମାଲ୍ୟା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ କୌଣସି ଅର୍ଥ ବିନିଯୋଗ କରିପାରିବେ ନାହିଁ। ତାଙ୍କ ସହିତ କୌଣସି ପ୍ରକାରେ ମଧ୍ୟ ଭାରତୀୟ ବଜାରରେ ସଂଯୋଗ ହେବକୁ ମଧ୍ୟ ଦିଆଯିବ ନାହିଁ । ଏହି ୩ ମାସ ଅବଧି ମଧ୍ୟରେ ତାଙ୍କର ସମସ୍ତ ସିକ୍ୟୁରିଟି ହୋଲ୍ଡିଂକୁ ଫ୍ରିଜ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେବି ପକ୍ଷରୁ କୁହାଯାଇଛି ।

ପ୍ରକୃତରେ ସେବି ଏହାର ଅନୁସନ୍ଧାନରେ ଜାଣିବାକୁ ପାଇଛି ଯେ ବିଜୟ ମାଲ୍ୟା ଏଫଆଇଆଇ ନିୟମର ଫେମୱାର୍କ ଢାଞ୍ଚାକୁ ଉଲ୍ଲଂଘନ କରି ନିଜ ଗୋଷ୍ଠୀର ତାଲିକାଭୁକ୍ତ କମ୍ପାନୀଗୁଡିକରେ ଠକାମି କରୁଛନ୍ତି। ସେବି ଅନୁସନ୍ଧାନରୁ ଜଣାପଡିଛି ଯେ ବିଜୟ ମାଲ୍ୟା ହର୍ବ ର୍ଟସନ୍ ଏବଂ ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡର ସେୟାରରେ ବ୍ୟବସାୟ କରିବାର ଏକ ଫଣ୍ଡା ପାଇଛନ୍ତି। ଏହାକୁ ରୋକିବା ପାଇଁ ସେବି ଏହାକୁ ତିନି ବର୍ଷ ପାଇଁ ସମ୍ପୂର୍ଣ୍ଣ ବ୍ୟାନ କରିଛି ।

Get real time updates directly on you device, subscribe now.