fbpx

ରାଜଧାନୀରୁ ଓମିକ୍ରନର ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ, ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୩୩

ନୂଆଦିଲ୍ଲୀ: ଭାରତରେ କରୋନାର ନୂତନ ଭାରିଆଣ୍ଟର ପ୍ରଭାବ ବଢ଼ିବାରେ ଲାଗିଛି । ପୂର୍ବରୁ ଏଠାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଏକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି । ଅନ୍ୟପଟେ ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମହାରାଷ୍ଟ୍ର ସରକାର ସତର୍କ ସୂଚନା ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ମୁମ୍ବାଇରେ ଦୁଇଦିନ ପାଇଁ ୧୪୪ ଧାରା ଲାଗୁ କରାଯାଇଛି ।

ତେବେ ଦିଲ୍ଲୀରେ ଦ୍ୱିତୀୟ ମାମଲା ସାମନାକୁ ଆସିବା ପରେ ସଂକ୍ରମଣ ଆଶଙ୍କା ଦେଖାଦେଇଛି । ଜିମ୍ବାୱେରୁ ଦିଲ୍ଲୀକୁ ଫେରିଥିବା ବ୍ୟକ୍ତି କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିନୋମ୍ ସିକ୍ୱେନ୍ସିଂରୁ ସେ ଓମିକ୍ରନ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ତାଙ୍କୁ ବର୍ତ୍ତମାନ ଏଲଏନଜେପୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭାରତରେ ଏବେ ଓମିକ୍ରନ୍ ର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି ।

Get real time updates directly on you device, subscribe now.