fbpx

ଆଉ ୪ ମାସ ମିଳିବ ମାଗଣା ଚାଉଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ହିତାଧିକାରୀଙ୍କୁ ଆଉ ୪ ମାସ ଅତିରିକ୍ତ ଚାଉଳ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କରିଛନ୍ତି । ମୁଣ୍ଡପିଛା ମାସକୁ ୫ କେଜି ଅତିରିକ୍ତ ଚାଉଳ ମିଳିବ ବୋଲି ଘୋଷଣା ହୋଇଛି । ଡିସେମ୍ବରରୁ ମାର୍ଚ୍ଚ ମାସ ଯାଏଁ ମାଗଣାରେ ମିଳିବ ଅତିରିକ୍ତ ଚାଉଳ । ତେବେ ଏହି ଉପାୟରେ ୯ ଲକ୍ଷ ୧୫ ହଜାର ହିତାଧିକାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ଖର୍ଚ୍ଚ କରିବ ୬୮ କୋଟି ୧୩ ଲକ୍ଷ ଟଙ୍କା । ରାଜ୍ୟରେ କୋଭିଡ୍ ସ୍ଥିତିକୁ ଆଖି ଆଗରେ ରଖି ଏଭଳି ଏକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.