fbpx

କାଳିବୋଳା ମୁହଁରେ ଜନତାଙ୍କ ସହିତ ହାତ ମିଳାଇ ହସହସ ମୁହଁରେ ସମସ୍ୟା ଶୁଣିଲେ ୫ ଟି ସଚିବ

Advertisement

ପୁରୀ; ଆଜି ଦ୍ୱିତୀୟ ଦିନରେ ପୁରୀ ଗସ୍ତରେ ଯାଇଛନ୍ତି ୫ ଟି ସଚିବ ଭି.କେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଲୋକଙ୍କଠାରୁ ଅଭିଯୋଗ ଶୁଣିବାକୁ ଆଜି ସତ୍ୟବାଦୀରେ ପହଞ୍ଚିଥିଲେ ୫ ଟି ସଚିବ ଭି.କେ. ପାଣ୍ଡିଆନ । ପାଣ୍ଡିଆନଙ୍କ ଏହି ସତ୍ୟବାଦୀ ଗସ୍ତ ସମୟରେ ତାଙ୍କ ଉପରେ ଭାସ୍କର ସାହୁ ନାମକ ଜଣେ ବ୍ୟକ୍ତି କାଳିମାଡ଼ କରିଛି । କାଳିମାଡ଼ ସତ୍ତ୍ୱେ ଭିକେ ପାଣ୍ଡିଆନ ହସହସ ମୁହଁରେ ଲୋକଙ୍କ ସହ ମିଶିବା ସହ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । କାଳିବୋଳା ମୁହଁରେ ଜନତାଙ୍କ ସହିତ ହାତ ମିଳାଇ ହସହସ ମୁହଁରେ ସମସ୍ୟା ଶୁଣୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ସମୟରେ ଉପସ୍ଥିତ ଥିବା ଜଣେ ମହିଳା ନିଜ କାନିରେ ୫ ଟି ସଚିବଙ୍କ ମୁହଁରୁ କାଳି ପୋଛିଦେବାକୁ ଆଗେଇ ଆସିଥିଲେ ।

ସୂଚନା ଥାଉକି, ସତ୍ୟବାଦୀ ୟୁଜିଏସ କଲେଜ ପରିସରରେ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କୁ କାଳିମାଡ଼ ହୋଇଛି । ୟୁଜିଏସ କଲେଜ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ସଚିବଙ୍କ ଉପରେ କାଳିମାଡ଼ ହୋଇଥିଲା । ୫ ଟି ସଚିବ ଭି.କେ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ଏହି କାଳି ପଡିଥିବା ଦେଖିବାକୁ ମିଳିଛି । କାଳିମାଡ଼ କରିଥିବା ବ୍ୟକ୍ତି ଜଣଙ୍କୁ ଗିରଫ କରିଛି ସତ୍ୟବାଦୀ ପୋଲିସ । କାଳିମାଡ଼ କରିଥିବା ବ୍ୟକ୍ତି ହେଉଛନ୍ତି କଣାସ ଅଞ୍ଚଳର ଭାସ୍କର ସାହୁ । ଗିରଫ ଭାସ୍କର ସାହୁ ଜଣେ ଏଲଆଇସି ଏଜେଣ୍ଟ ବୋଲି ଜଣାପଡିଛି । ସେପଟେ ପାଣ୍ଡିଆନଙ୍କ ଉପରେ କାଳିମାଡ଼କୁ ନେଇ ତେଜିଛି ରାଜନୀତି ।

Get real time updates directly on you device, subscribe now.