fbpx

ଏସୀୟ ପାରା କ୍ରୀଡ଼ାରେ ଚମକିଲା ଓଡ଼ିଶା: ଦ୍ୱିତୀୟ ପଦକ ଜିତିବା ସୁନିଶ୍ଚିତ କଲେ ପ୍ରମୋଦ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ଚତୁର୍ଥ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଓ ତୃତୀୟ ଦିନରେ ୬ଟି ସ୍ୱର୍ଣ୍ଣ ସହିତ ୩୦ଟି ପଦକ ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୬୪ରେ ପହଞ୍ଚିବା ସହିତ ସେଥିରେ ୧୫ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଓ ୨୯ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।

ତେବେ ଏହା ମଧ୍ୟରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ପୁଣି ଥରେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି । ଗତକାଲି ୩ୟ ଦିବସରେ ପ୍ରମୋଦ ଓ ମନିଷା ରାମା ଦାସ ମିକ୍ସଡ ଡବଲ୍ସ ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଥିଲେ । ଆଜି ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ପ୍ରମୋଦ ରୌପ୍ୟ ପଦକ ସୁନିଶ୍ଚିତ କରିଛନ୍ତି । ସେମିଫାଇନାଲରେ ଥାଇଲାଣ୍ଡର ମଙ୍ଗଖୋନ ବୁନସୁନଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ପ୍ରମୋଦ । ଫାଇନାଲରେ ସ୍ୱର୍ଣ୍ଣ ପାଇଁ ଲଢ଼େଇ କରିବେ ପ୍ରମୋଦ । ଚଳିତ ଇଭେଣ୍ଟରେ ଗୋଟିଏ ପଦକ ଜିତି ଓ ଆଉ ଗୋଟିଏ ପଦକ ଜିତିବା ସୁନିଶ୍ଚିତ କରି ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି ଓଡ଼ିଆ ପୁଅ ପ୍ରମୋଦ ।

ଏହାପୂର୍ବରୁ ଆଜି ଭାରତ ପୁରୁଷ ଶଟ୍ ପୁଟ୍ ଏଫ-୪୬ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ଜିତିଥିଲା । ସଚିନ ସର୍ଜେରାଓ ଖିଲାରି ୧୬.୦୩ ମିଟର ପ୍ରଦର୍ଶନ କରି ଏହି ରେକର୍ଡ କରିଥିଲେ । ଏହାଫଳରେ ଭାରତ ଗତ ଜାକର୍ତ୍ତା ସଂସ୍କରଣର ରେକର୍ଡ ୧୫ଟି ସ୍ୱର୍ଣ୍ଣ ରେକର୍ଡକୁ ଅତିକ୍ରମ କରି ନୂଆ ରେକର୍ଡ ସ୍ଥାପନ କରିଥିଲା । ଏହାପରେ ଆର୬- ମିକ୍ସଡ ୫୦ ମିଟର ରାଇଫଲ ପ୍ରୋନ ଏସଏଚ୧ରେ ୨୪୭.୭ ସ୍କୋର କରି ସିଦ୍ଧାର୍ଥ ବାବୁ ଦେଶ ପାଇଁ ୧୭ତମ ସ୍ୱର୍ଣ୍ଣ ଜିତିଥିଲେ । ଆଗକୁ ଭାରତର ପଦକ ସଂଖ୍ୟା ଆହୁରି ବୃଦ୍ଧି ପାଇବ ।

Get real time updates directly on you device, subscribe now.