fbpx

ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ, ୮ା୩: ଆଜିଠାରୁ ଆରମ୍ଭ ହେବ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ଆସନ୍ତା ଏପ୍ରିଲ ମାସ ୮ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ । ତେବେ ଗୃହକାର୍ଯ୍ୟ ଚାଲୁଥିବା ସମୟରେ କୋଭିଡ କଟକଣାକୁ ଗୁରୁତ୍ୱ ଦେବାକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ।

ତେବେ ଲୋକସଭା ଅଧିବେଶନ ଅପରାହ୍ଣ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏବଂ ରାଜ୍ୟସଭା ଅଧିବେଶନ ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବ । ସାଂସଦମାନେ ଆସନ୍ତାକାଲିଠାରୁ ଟିକା ଗ୍ରହଣ କରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.