fbpx

ଆସନ୍ତାକାଲିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ

ଭୁବନେଶ୍ୱର, ୫ା୨ (ଓଡିଶା ଭାସ୍କର): ଆସନ୍ତାକାଲି ଠାରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ତେବେ ଏହି ଟିକାକରଣରେ ଗୃହ ଓ ନଗର ଉନ୍ନୟନ ବିଭାଗର ସମ୍ମୁଖ ଯୋଦ୍ଧାଙ୍କୁ ସାମିଲ କରାଯିବ ବୋଲି କୁହାଯାଇଛି । ବିଭିନ୍ନ କଲ୍ୟାଣ ମଣ୍ଡପ ଓ ଗୋଷ୍ଠୀ କେନ୍ଦ୍ରରେ ଟିକାକରଣ କରାଯିବ ।

ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ୧୫ରୁ ୨୦ ହଜାର ନାମ ପଞ୍ଜୀକରଣ କରାଯାଇଛି । ସେଥିମଧ୍ୟରୁ ପୋଲିସ ବିଭାଗର ୧୧ ହଜାର ପଞ୍ଜୀକୃତ ହୋଇଛନ୍ତି । ପୋଲିସଙ୍କ ପାଇଁ ୭ଟି ସେସନରେ ଟିକାକରଣ କରାଯିବାକୁ ଥିବାବେଳେ ବିଏମସି ଓ ରାଜସ୍ୱ ବିଭାଗର ୪ଟି ସେସନରେ ଟିକାକରଣ କରାଯିବ । ଟିକାକରଣ ପାଇଁ ମାଇକ୍ରୋ ପ୍ଲାନ ମଧ୍ୟ ପ୍ରସ୍ତୁତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୮୦ ପ୍ରତିଶତ ଲୋକ ଟିକା ନେଇଥିବା କମିଶନର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.