fbpx

ଟ୍ୱିନ୍ ସିଟିରେ ଲାଗିଲା ୧୪୪ ଧାରା

ଭୁବନେଶ୍ୱର,୩୧ ।୧୨(ଓଡିଶା ଭାସ୍କର): ନୂଆବର୍ଷ ଯୋଗୁଁ ଓଡିଶାରେ ଆଜି ରାତି ପାଇଁ ଲାଗୁ ହେଲା ନାଇଟ କର୍ଫ୍ୟୁ । ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏଁ ଏହି ନାଇଟ କର୍ଫ୍ୟୁ ଜାରି ରହିବ । ତେବେ ଜିରୋ ନାଇଟ୍ ସେଲିବ୍ରେସନ୍ ନକରିବାକୁ ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ଅନୁରୋଧ କରିଛନ୍ତି । ନାଇଟ୍ କର୍ଫ୍ୟୁକୁ ନେଇ ସେ କହିଛନ୍ତି ଯେ, ‘ଟ୍ୱିନ୍ ସିଟି ବା କଟକ ଭୁବନେଶ୍ୱରରେ ରାତି ୧୦ଟାରୁ ୧୪୪ ଧାରା ଜାରି କରାଯିବ । ସୁରକ୍ଷା ଦୃଷ୍ଟିରୁ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯିବ । ନାକା କରି ରାତିରେ ପୋଲିସ ପକ୍ଷରୁ କଡାକଡି ଚେକିଂ ହେବ । ରାତି ୯ଟା ସୁଦ୍ଧା ହୋଟେଲ, ବାର ଓ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କର୍ଫୁ ସମୟରେ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ । ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଜୋରିମାନା କରାଯିବ ।’

ଘରେ ରହି ନୂଆବର୍ଷ ଉତ୍ସବ ପାଳନ କରିବାକୁ ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ଅପିଲ କରିଛନ୍ତି । ଏହା ସହ ଗହଳି କି ନୂଆବର୍ଷ ଭୋଜି ଆୟୋଜନ କରନ୍ତୁ ନାହିଁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.