ଭୁବନେଶ୍ୱର: BMC ଅଫିସରେ ବଢ଼ିଲା ସୁରକ୍ଷା। ବିଏମସି କାର୍ଯ୍ୟାଳୟରେ ବଢ଼ିଲା ସୁରକ୍ଷା। ଗତକାଲି ଆର୍ଥାତ୍ ଜୁନ୍ ୩୦ ତାରିକ ଦିନ BMC ଅଫିସ୍ ଭିତରେ ଜଣେ କାର୍ଯ୍ୟରତ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ ମଧ୍ୟ ହେଉଛି। ଏହାରି ଭିତରେ ୩ ଜଣଙ୍କୁ ଏହି ଗୁଣ୍ଡାରାଜ ପାଇଁ ଗିରଫ କରାଯାଇଥିବା ବେଳେ, ଏବେବି ଅନେକ ଗିରଫ ହୋଇନାହାନ୍ତି। ଯାହା ଉପରେ କଡ଼ା ଆକ୍ସନ ନିଆଯିବ ବୋଲି କୁହିଛନ୍ତି ବିଏମସି କମିଶନର।
ବିଏମସି କମିଶନର କହିଲେ ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଗକୁ ଯେଭଳି ଏଭଳି କାଣ୍ଡ ନଘଟେ ସେଥିପ୍ରତି ଗୁରୁତ୍ୱ ଦିଆଯିବ। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯିବ।
ଘଟଣା ପଛରେ କାରଣ କ’ଣ ତାର ଯାଞ୍ଚ ହେବ। ଏବଂ ଏଥିରେ ଯେ କେହିବି ସାମିଲ ଥିବେ ସମସ୍ତଙ୍କୁ ଗିରଫ କରାଯିବ। ତେଣୁ ଏବେ ବିଏମସି କାଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର।