ପଡ଼ିଆ ମଝିିରେ କ୍ରିକେଟରଙ୍କ କାଲର ଧରିଲେ ପାକିସ୍ତାନୀ ଦର୍ଶକ, ପଦାରେ ପଡ଼ିଲା ପାକିସ୍ତାନର କଳାକାରନାମା

ପାକିସ୍ତାନର ସୁରକ୍ଷା ବ୍ୟବସ୍ଥାକୁ ସମାଲୋଚନା । ସିକ୍ୟୁରିଟିଙ୍କୁ ଚକମା ଦେଇ ପଡ଼ିଆ ଭିତରେ ପଶିଲେ ଦର୍ଶକ ।

କରାଚୀ: ପାକିସ୍ତାନରେ ହେଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ବଡ଼ ତ୍ରୁଟି ସାମ୍ନାକୁ ଆସିଛି । ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଜଣେ ଦର୍ଶକ ପଡ଼ିଆ ମଝିରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି ।

ଖେଳାଳିଙ୍କୁ ଅସମ୍ମାନ: ଖାଲି ଏତିକି ନୁହେଁ, ଯୁବକଜଣକ ଖେଳାଳିଙ୍କ କାଲର ଧରିଥିବା ଦେଖିବାକୁ ମିଳିଛି । ଇଲଣ୍ଡ- ଆଫଗାନିସ୍ତାନ ମ୍ୟାଚ୍ ସମୟରେ ଏ ଘଟଣା ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏହାର ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଘୋଷାଡ଼ି ଆଣିଲେ ସିକ୍ୟୁରିଟି: ଦର୍ଶକଙ୍କୁ ତୁରନ୍ତ ଗଦ୍ଦାଫି ଷ୍ଟାଡିୟମ ସିକ୍ୟୁରିଟି ଅଟକାଇବା ସହ ଘୋଷାଡ଼ି ଘୋଷାଡ଼ି ପଡ଼ିଆ ବାହାରକୁ ନେଇଥିବାର ମଧ୍ୟ ଦେଖିବାକୁ ମିଳୁଛି । ଆଫଗାନିସ୍ତାନ ଇଂଲଣ୍ଡକୁ ୮ ରନରେ ହରେଇ ଆଇସିସି ଚାମ୍ପିୟନ୍ସ ଟ୍ରଫିରୁ ବାହାର କରିଦେଇଛି ।

ଖବର ମୁତାବକ ଦର୍ଶକଜଣକ କ୍ରିକେଟରଙ୍କୁ କୁଣ୍ଢେଇବାକୁ ଯାଉଥିବାବେଳେ ସେ ଖେଳାଳିଙ୍କ କାଲର ଧରି ଦେଇଥିଲେ । ଯାହାପରେ ସୁରକ୍ଷାକର୍ମୀ ସେଠାରେ ପହଞ୍ଚି ଉକ୍ତ ଦର୍ଶକଙ୍କୁ ଟେକି ନେଇଥିଲେ ।

ହାରିଲା ଇଂଲଣ୍ଡ: ଗତକାଲିର ମ୍ୟାଚରେ ଇବ୍ରାହିମ୍ ଜଦରାନଙ୍କର ୧୭୭ ରନ୍ ଏବଂ ବୋଲର ଅଜମତୁଲ୍ଲାହ ଇଂଲଣ୍ଡର ୫ ୱିକେଟ୍ ନେବା ପରେ ବାଂଲାଦେଶଣ ବିଜୟ ପଥ ଉନ୍ମେୁକ୍ତ ହୋଇଯାଇଥିଲା । ୮ ରନ୍ରେ ବାଂଲାଦେଶ ଇଂଲଣ୍ଡକୁ ହରେଇ ସେମିରେ ନିଜ ସ୍ଥାନକୁ ମଜଭୁତ କରିଛି ।