fbpx

ପୁରୀରେ ପଞ୍ଚୁକ ପାଇଁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପଞ୍ଚୁକରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା । ମରିଚିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ ବ୍ୟବସ୍ଥା ସମ୍ପ୍ରସାରିତ । ଭକ୍ତଙ୍କ ସୁବିଧା ଦର୍ଶନ ପାଇଁ ମୁତୟନ ହେବେ ୨୦ ପ୍ଲାଟୁନ ଫୋର୍ସ । ୩ ଅତିରିକ୍ତ ଏସପି, ୧୦ ଡିଏସପି, ୩୦ ଇନ୍ସପେକ୍ଟର ହେବେ ନିୟୋଜିତ । ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଥବା ପୁରୀ ଏସପିଙ୍କ ସୂଚନା ।

ସୂଚନାଯୋଗ୍ୟ, ପୂର୍ବରୁ କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ ଦର୍ଶନ ପାଇଁ ପ୍ରଶାସନ କଟକଣା ଲାଗୁ କରିଛନ୍ତି । ଯଥା ସମ୍ଭବ ହବିଷ୍ୟାଳୀ ଘରୁ ବାହାରନ୍ତୁ ନାହିଁ ବୋଲି କୁହାଯାଇଛି । କଟକଣା ଅନୁସାରେ, ଅତି ଆବଶ୍ୟକ ନହେଲେ କାର୍ତ୍ତିକ ବ୍ରତ ପାଇଁ ପୁରୀକୁ ହବିଷ୍ୟାଳୀଙ୍କୁ ନଆସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଯିଏ ଆସୁଛନ୍ତି ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି ।

 

Get real time updates directly on you device, subscribe now.