fbpx
BJD SKY
BJD SKY

ରାଜଦ୍ରୋହ ଆଇନ ଉପରେ ଲାଗିଲା ସୁପ୍ରିମକୋର୍ଟଙ୍କ ରୋକ୍, ପୁନିର୍ବିଚାର ପର୍ଯ୍ୟନ୍ତ ଦାୟର ହୋଇପାରିବନି ନୂଆ FIR

BJD

ନୂଆଦିଲ୍ଲୀ: ରାଜଦ୍ରୋହ ଆଇନର ପ୍ରୟୋଗ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ପୁନର୍ବିଚାର ପର୍ଯ୍ୟନ୍ତ ରାଜଦ୍ରୋହ ଆଇନର ଧାରା ୧୨୪ଏ ଅନୁଯାୟୀ କୌଣସି ମାମଲା ଦାୟର କରାଯାଇ ପାରିବ ନାହିଁ । ଏ ନେଇ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶନାମା ଜାରି କରିବେ । ଯଦି ଜଣେ ବ୍ୟକ୍ତି ରାଜଦ୍ରୋହ ଅପରାଧରେ ଜେଲରେ ରହିଥିବେ, ତେବେ ତାଙ୍କର ଜାମିନ ପାଇଁ ଅଦାଲତରେ ଅର୍ଜି ଦାଖଲ କରାଯାଇ ପାରିବ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ତୃତୀୟ ସପ୍ତାହରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଏହି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା ସୁପ୍ରିମକୋର୍ଟରେ ପକ୍ଷ ରଖିଥିଲେ । ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରାଯିବା ପାଇଁ କେନ୍ଦ୍ର ସରକାର ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ଜିଲ୍ଲା ଏସପି ବା ତାଙ୍କଠାରୁ ଉପର ସ୍ତରର ଅଧିକାରୀଙ୍କ ମଞ୍ଜୁରୀ ବିନା ରାଜଦ୍ରୋହ ଧାରାରେ ଏଫଆଇଆର ଦାୟର କରାଯାଇ ପାରିବ ନାହିଁ । ବର୍ତ୍ତମାନ ପାଇଁ ଏହି ଆଇନ ଉପରେ ରୋକ ଲାଗୁ ହେବା ଅନୁଚିତ ହେବ ବୋଲି ସଲିସିଟର ଜେନେରାଲ କହିଥିଲେ ।

ଅନ୍ୟପକ୍ଷରେ ରାଜଦ୍ରୋହ ଆଇନ ଉପରେ ତକ୍ରାଳ ଭିତ୍ତିରେ ରୋକ ଲଗା ଯିବାକୁ ୟାଚିକାକର୍ତ୍ତାଙ୍କ ପକ୍ଷରୁ ପକ୍ଷ ରଖି ଆଇନଜୀବୀ କପିଲ ସିବଲ ପକ୍ଷ ରଖିଥିଲେ । ଏହା ପୂର୍ବରୁ ୟାଚିକାକର୍ତ୍ତାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଥିଲା ଯେ, ରାଜଦ୍ରୋହ ଆଇନର ବୈଧତା ମାମଲାର ବିଚାର ପାଇଁ ଯଦି କୋର୍ଟ ଏକ ବଡ଼ ବେଞ୍ଚ ପଠାଇବା ସପକ୍ଷରେ ଅଛନ୍ତି, ତେବେ ଏହି ସମୟରେ ଆଇନ ଉପରେ ରୋକ ଲାଗୁ କରିବା ଦରକାର । ସୁପ୍ରିମକୋର୍ଟର ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ବେଞ୍ଚ ରାଜଦ୍ରୋହ ଆଇନର ଶୁଣାଣି କରିଥିଲେ । ସେମାନଙ୍କ ମଧ୍ୟରେ ରହିଥିଲେ ମୁଖ୍ୟ ବିଚାରପତି ଏନଭି ରମଣ, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲୀ ।

Get real time updates directly on you device, subscribe now.