fbpx

ଗାଈ ଦୁହିଁବା ପାଇଁ ଚେଷ୍ଟା କରୁଥିଲେ ବିଦେଶୀ ମହିଳା: କିନ୍ତୁ ଲାତ ମାରିଦେଲା ଗାଈ

ମୁମ୍ବାଇ: ଆଜିକାଲି ସୋସିଆଲ ମିଡିଆ ଯୁଗରେ କୌଣସି ଘଟଣା ଲୁଚି ରହୁନାହିଁ । ମାତ୍ର କେଇଟା ମୁହୂର୍ତ୍ତରେ ଇଣ୍ଟରନେଟରେ ଭାଇରାଲ ହୋଇଯାଉଛି ପ୍ରତ୍ୟେକ ଘଟଣା । ଠିକ ଯେମିତି ଏଇ ଘଟଣାଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଜଣେ ବିଦେଶୀ ମହିଳା ଏବଂ ଗାଈ ଭିତରେ ହୋଇଥିବା ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି । ଅନେକ ଲୋକ ଏହି ଭିଡିଓକୁ ପସନ୍ଦ ମଧ୍ୟ କରୁଛନ୍ତି ।

ଏହି ଭାଇରାଲ ଭିଡିଓରେ ଦେଖାଯାଉଛି ଯେ, ଜଣେ ବିଦେଶୀ ମହିଳା ଗାଈ ଦୁହିଁବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି । କିନ୍ତୁ ଏହାପରେ ଯାହା ଘଟିଛି ତାହା ଲୋକମାନଙ୍କୁ ଖୁବ ମଜା ଦେଉଛି । ତେବେ ଏହି ଘଟଣା ବିଦେଶୀନୀଙ୍କ ପାଇଁ ଏକ ଭୟଙ୍କର ଅନୁଭୂତି କହିଲେ କିଛି ଭୁଲ ହେବନି । ବିଦେଶୀ ମହିଳା ଯେତେବେଳେ କ୍ଷୀର ଦୁହିଁବା ପାଇଁ ଗାଈ ପାଖକୁ ଆସୁଛନ୍ତି, ଗାଈ ଏକ ଭୟଙ୍କର ଅନ୍ଦାଜରେ ତାଙ୍କୁ ସ୍ୱାଗତ କରିଛି । ମହିଳାଜଣକ ଏକ ପାତ୍ର ଧରି ଗାଈ ପାଖକୁ ଆସି ବସୁଥିବାର ପ୍ରଥମେ ଦେଖିବାକୁ ମିଳୁଛି । ଏହାପରେ ଯେତେବେଳେ କ୍ଷୀର ଦୁହିଁବା ପାଇଁ ଗାଈକୁ ଛୁଇଁବା ମାତ୍ରେ ତାତି ଉଠିଛି ଗାଈ । ଏବଂ ମହିଳାଙ୍କ ପାଇଁ ଏକ ଭୟାନକ ରିଆକ୍ସନ ଦେଇଛି । ତେବେ ଆପଣ ବି ଥରେ ଏହି ଭିଡିଓକୁ ଦେଖି ନିଅନ୍ତୁ । ଗାଈକୁ ଛୁଇଁବା ମାତ୍ରେ ମହିଳାଙ୍କୁ ସେ ଏକ ଲାତ ମାରି ସେଠାରୁ ତଡି ଦେଇଛି ।

 

View this post on Instagram

 

A post shared by @planet_visit

ଦେଖିବା ପାଇଁ ଭିଡିଓଟି ଯେତିକି ମଜାଦାର ଲାଗୁଛି ଘଟଣାଟି କିନ୍ତୁ ଖୁବ ଭୟଙ୍କର । କିନ୍ତୁ ସୋସିଆଲ ମିଡିଆରେ ଏହି ଭିଡିଓ ଅପଲୋଡ ହେବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକଙ୍କ ପାଇଁ ହସିବାର କାରଣ ପାଲଟିଛି ଏହି ମଜାଦାର ଦୃଶ୍ୟଟି । ତେବେ ଲାତ ଖାଇବା ପରେ ମହିଳା ସାହସ କରି ଆଉଥରେ ଗାଈ ପାଖକୁ ଯାଇପାରିନାହାନ୍ତି ।

Get real time updates directly on you device, subscribe now.