ସାହାଯ୍ୟର ହାତ ବଢାଇଲେ ସେହୱାଗ : ଟ୍ରେନ୍ ଦୁର୍ଘଟଣାରେ ବାପା-ମା ହରାଇଥିବା ପିଲାଙ୍କୁ ନିଜ ସ୍କୁଲରେ ମାଗଣାରେ ଦେବେ ଶିକ୍ଷା

ନୂଆଦିଲ୍ଲୀ : ଭାରତୀୟ ଟିମ୍ ପୂର୍ବତନ ବୋଲର ବୀରେନ୍ଦ୍ର ସେହୱଗ ନିଜର ମହାନତା ପ୍ରଦର୍ଶନ କରିଛନ୍ତି । ଓଡିିଶା ବାଲେଶ୍ୱରରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ସହାୟତାର ହାତ ବଢାଇଛନ୍ତି । ସେହୱାଗ ନିଜର ଆନ୍ତର୍ଜାତୀୟ ବୋର୍ଡିଂ ସ୍କୁଲରେ ମୃତକଙ୍କ ପିଲାମାନଙ୍କୁ ପାଠ ପଢାଇବେ ବୋଲି ଘୋଷଣା କରିଛନ୍ତି । ଅର୍ଥାତ୍ ଟ୍ରେନ୍ ଟ୍ରାଜେଡିରେ ବାପା-ମାଙ୍କୁ ହରାଇଥିବା ପିଲାମାନଙ୍କ ଶିକ୍ଷା ଦାୟିତ୍ୱ ନିଜ ମୁଣ୍ଡକୁ ନେଇଛନ୍ତି ବୀରେନ୍ଦ୍ର ସେହୱାଗ ।
ଏନେଇ ସେ ଏକ ଟ୍ୱିଟ କରି ସୂଚନା ଦେଇଛନ୍ତି । ନିଜ ଟ୍ୱିଟର ପେଜ୍ ରେ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ଏହି ଚିତ୍ର ଆମକୁ ଦୀର୍ଘ ସମୟ ଧରି ଡରାଇବ ବା ଭୟବୀତ କରିବ । ମୁଁ ଏମାନଙ୍କ ପାଇଁଏତିକି କରି ପାରିବି ଯେ, ଏହି ଭୟାବହ ଦୁର୍ଘଟଣାରେ ପ୍ରାଶ ହରାଇଥିବା ଲୋକଙ୍କ ପିଲାମାନଙ୍କ ଶିକ୍ଷା ଦାୟିତ୍ୱ ନେଇ ପାରିବି ।

ଆହୁରି ମଧ୍ୟ ସେହୱାଗ ସାହାଯ୍ୟ କରିଥିବା ଲୋକମାନଙ୍କ ପ୍ରଂଶସା କରିଛନ୍ତି । ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି, ମୁଁ ସମସ୍ତ ସାହାସୀ ଲୋକମାନଙ୍କୁ ଧନ୍ୟବାଦ୍ ଜଣାଉଛଇ ଯେଉଁମାନେ ଏହି ବିପଦ ସମୟରେ ସାହାଯ୍ୟର ହାତ ବଢାଇଥିଲେ । ପୁରୁଷ ଓ ମହିଳା ଟିମ୍‌, ମେଡିକାଲ ଟିମ୍ ଏବଂ ସ୍ୱୟଂଚାଳିତ ସଂସ୍ଥାକୁ ସଲାମ କରୁଛି । ଯେଉଁମାନେ ରକ୍ତଦାନ ପାଇଁ ଆଗକୁ ଆସିଥିଲେ ସେମାନଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ୍ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ମଧ୍ୟ ମୃତକଙ୍କ ପିଲାମନଙ୍କୁ ଉନ୍ନତ ଶିକ୍ଷା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ । ବାପା-ମା ହରାଇଥିବା ପିଲାମାନଙ୍କ ଶିକ୍ଷା ଦାୟିତ୍ୱ ସେ ନିଜେ ନେଇଥିଲେ ।