fbpx

ସେହୱାଗଙ୍କୁ ଚାପୁଡ଼ା ମାରିଦେଲେ ଏହି ବ୍ୟକ୍ତି, ଫଳରେ ହଙ୍ଗାମା କରିଥିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଇତିହାସରେ ଥରେ ଏପରି ବିବାଦ ଦେଖିବାକୁ ମିଳିଥିଲା, ଯାହାକୁ କେହି ମନେ ରଖିବାକୁ ଚାହାଁନ୍ତି ନାହିଁ । ତେବେ ଟିମ୍ ଇଣ୍ଡିଆର ଧମାକେଦାର ଓପନର୍ ବିରେନ୍ଦ୍ର ସେହୱାଗଙ୍କୁ ଥରେ ଜଣେ ବ୍ୟକ୍ତି ଚାପୁଡ଼ା ମାରିଥିଲେ । ଏହି ଘଟଣାକୁ ନେଇ ବଡ଼ ହଙ୍ଗାମା ହୋଇଥିଲା ଓ ସେହି ସମୟରେ ଅଧିନାୟକ ଥିବା ସୌରଭ ଗାଙ୍ଗୁଲି ବହୁତ ରାଗିଯାଇଥିଲେ । ସେହୱାଗଙ୍କୁ ଚାପୁଡ଼ି ମାରିବାକୁ ନେଇ ଗାଙ୍ଗୁଲି ନିଜର ହିତାହିତ ଜ୍ଞାନ ହରାଇ ହଙ୍ଗାମା କରିଥିଲେ ।

ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ୨୦୧୩ ରେ ଏକ କାର୍ଯ୍ୟକ୍ରମ ସମୟରେ ଏହାର ଖୁଲାସା କରିଥିଲେ । ତାଙ୍କ କହିବା ମୁତାବକ, ୨୦୦୨ ରେ ଇଂଲଣ୍ଡ ଗସ୍ତରେ ୱାନଡେ ସିରିଜ୍ ସମୟରେ ଟିମ୍ ଇଣ୍ଡିଆର ତତ୍କାଳୀନ କୋଚ୍ ଜନ୍ ରାଇଟ୍ ସେହୱାଗଙ୍କ ବ୍ୟାଟିଂକୁ ନେଇ ବହୁତ ରାଗିଥିଲେ । ସେହୱାଗ ଲଗାତାର ଭାବରେ ଅସଫଳ ହେଉଥିଲେ । ସେ ଅଳ୍ପ କିଛି ବଲରେ ଆଉଟ୍ ହେଉଥିଲେ । ଦିନେ ଜନ୍ ରାଇଟଙ୍କୁ ଏତେ ରାଗ ଲାଗିଲା ଯେ, ସେ ସେହୱାଗଙ୍କୁ ଚାପୁଡ଼ା ମାରିଦେଲେ ।

Sehwag on Ganguly: 'Dada listened to everyone but did what he thought was right, this is great leadership' | Sports News,The Indian Express

ରାଇଟ୍ ସେହୱାଗଙ୍କୁ ଚାପୁଡ଼ା ମାରିବା କଥା ଗାଙ୍ଗୁଲି ଜାଣିବା ପରେ ସେ ବହୁତ ରାଗିଥିଲେ । ସେହି ସମୟରେ ରାଜୀବ ଶୁକ୍ଳା ଟିମାର ମ୍ୟାନେଜର ଥିଲେ । ଗାଙ୍ଗୁଲି ଶୁକ୍ଲାଙ୍କୁ କହିଥିଲେ ଯେ, ଜନଙ୍କୁ କ୍ଷମା ମାଗିବାକୁ ପଡିବ । ଏହି ପ୍ରସଙ୍ଗରେ ଜନ୍ ରାଇଟଙ୍କ ସହ କଥା ହେବେ ବୋଲି ଶୁକ୍ଲା ଗାଙ୍ଗୁଲିଙ୍କୁ କହିଥିଲେ । ଜନ୍ ରାଇଟ୍ ଡ୍ରେସିଂ ରୁମ୍ ବାହାରେ ସିଗାରେଟ୍ ଟାଣୁଥିବା ସମୟରେ ଶୁକ୍ଲା ସେହୱାଗଙ୍କୁ ଚାପୁଡ଼ା ମାରିବା ପ୍ରସଙ୍ଗ ଉଠାଇଥିଲେ ।

ଜନ୍ ତାଙ୍କୁ କହିଥିଲେ ଯେ, ‘ମୁଁ ଜଣେ ଶିକ୍ଷକ ଭାବରେ ସେହୱାଗଙ୍କ ଉପରେ ରାଗିଥିଲେ । ମୁଁ କେବଳ ଧକ୍କା ଦେଇଥିଲି, ଚାପୁଡ଼ା ମାରିନାହିଁ । ସେ ବାରମ୍ବାର ଗୋଟିଏ ଭୁଲକୁ ପୁନରାବୃତ୍ତି କରୁଥିଲେ । ମୁଁ ତାଙ୍କ ଭୁଲକୁ ସହ୍ୟ କରିପାରିଲି ନାହିଁ ।’ କିନ୍ତୁ ଜନଙ୍କୁ କୌଣସି ବି ପରିସ୍ଥିତିରେ କ୍ଷମା ମାଗିବାକୁ ପଡିବ ବୋଲି ଗାଙ୍ଗୁଲି ଜିଦ୍ ଧରିଥିଲେ । ଅନ୍ୟପଟେ ଘଟଣାକୁ ନେଇ ସଚିନ ତେନ୍ଦୁଲକରଙ୍କ ଭିନ୍ନ ମତ ଥିଲା । ଜନ୍ କ୍ଷମା ମାଗିବା ଉଚିତ୍ ନୁହେଁ ବୋଲି ସଚିନ୍ ଶୁକ୍ଲାଙ୍କୁ ବୁଝାଇଥିଲେ । ଏହା ପରେ ଶୁକ୍ଲା ସେହୱାଗଙ୍କୁ ବୁଝାଇଥିଲେ । ସେହୱାଗ ବି ଏହାକୁ ବୁଝିଥିଲେ ଓ କ୍ଷମା ମାଗିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲେ ।

Get real time updates directly on you device, subscribe now.