ବ୍ୟବସାୟ କରୁଥିବା ଲୋକଙ୍କୁ ଅତି ସହଜରେ ମିଳିପାରିବ ହୋମ୍ ଲୋନ୍, କରିବାକୁ ପଡିବ ଏହି କାମ…

ନୂଆଦିଲ୍ଲୀ: କୌଣସି ବେତନପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ହୋମ୍ ଲୋନ୍ ଆବେଦନ କରିବା ଅତି ସହଜ । ଏହାର କାରଣ ହେଉଛି ନିୟମିତ କ୍ୟାସ୍ ଫ୍ଲୋ, ଖର୍ଚ୍ଚ ଓ ସେଭିଂର ସମ୍ପୂର୍ଣ୍ଣ ରେକର୍ଡ ହେତୁ ଋଣଦାତାମାନେ ଏମାନଙ୍କୁ ସହଜରେ ଲୋନ୍ ଦିଅନ୍ତି । କିନ୍ତୁ ଯଦି ଆପଣ କୌଣସି ବ୍ୟବସାୟ କରୁଛନ୍ତି, ତେବେ ଆପଣଙ୍କୁ ହୋମ୍ ଲୋନ୍ ନେବା ଏତେ ସହଜ ହୋଇନଥାଏ । ଲଗାତାର କ୍ୟାସ ଫ୍ଲୋ ନହେବା ଓ ଅନେକ ଥର କ୍ରେଡିଟ ସ୍କୋର ଭଲ ନରହିବାରୁ ହୋମ୍ ଲୋନ୍ ମିଳିବାରେ ଅସୁବିଧା ହୋଇଥାଏ ।

ସେଲ୍ଫ-ଇମପ୍ଲୋଏୟଡ ଲୋକମାନଙ୍କ ମଧ୍ୟରେ ଓକିଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଓ ଡାକ୍ତର ଭଳି ପ୍ରଫେସନାଲମାନଙ୍କୁ ସାମିଲ କରାଯାଇଛି । ଏହା ବ୍ୟତୀତ ବୀମା ଏଜେଣ୍ଟ, ଦୋକାନୀ, ଫ୍ରିଲାନ୍ସର ଓ ଟ୍ରେଡର୍ସମାନେ ବି ଏହି ବର୍ଗରେ ଅଛନ୍ତି । ହୋମ୍ ଲୋନ ପାଇବା ପାଇଁ ଏମାନଙ୍କୁ ଅନେକ କାଗଜପତ୍ର କାମ କରିବାକୁ ପଡିଥାଏ ।

ବେସିକ୍ ହୋମ୍ ଲୋନର ସହ-ପ୍ରତିଷ୍ଠାତା ତଥା ସିଇଓ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ଅଧିକ ଡାଉନ୍ ପେମେଣ୍ଟ କରନ୍ତି, ତେବେ ଋଣଦାତା ଅତି ସହଜରେ ତାଙ୍କ ଲୋନ୍ ଆବେଦନକୁ ଅନୁମୋଦନ କରିପାରନ୍ତି । ଏଥିରେ ଋଣଦାତାଙ୍କୁ ବି ଭରସା ହେବ କି, ଯଦି ପରିସ୍ଥିତି ପ୍ରତିକୂଳ ରୁହେ ତେବେ ସେମାନେ ନିଜ ଟଙ୍କା ଫେରସ୍ତ ପାଇପାରିବେ ।

ଆପଣ ନିଜ କ୍ରେଡିଟ ସ୍କୋରରେ ସୁଧାର କରି ଲୋନ୍ ପାଇବାର ସୁଯୋଗକୁ ବଢ଼ାଇପାରିବେ । ଏହା ସହ ଆପଣଙ୍କୁ ଟଙ୍କା ସଞ୍ଚୟ କରିବାର କ୍ଷମତା ଦେଖାଇବାକୁ ପଡିବ । ଏହା ବ୍ୟତୀତ ଆପଣଙ୍କ ବ୍ୟାଙ୍କରେ କିଛି ଟଙ୍କା ଥିବା ଉଚିତ୍ । ଆପଣଙ୍କୁ ଦେଖାଇବାକୁ ପଡିବ କି, ଆପଣଙ୍କର କେତେ ଇନକମ୍ ହେଉଛି ଓ ସମୟ ସହିତ କେତେ ଲୋନ୍ ପରିଶୋଧ କରିପାରିବେ ।