fbpx

ମହିଳାଙ୍କୁ ସନ୍ତାନ ପ୍ରାପ୍ତିର ଲୋଭ ଦେଖାଇ ଦୁଷ୍କର୍ମ କଲା ଆତ୍ମଘୋଷିତ ଜ୍ୟୋତିଷ

ଭୁବନେଶ୍ୱର: ନିଃସନ୍ତାନ ଥିଲେ ସନ୍ତାନ ପ୍ରାପ୍ତି ହେବ, ଗରିବ ଥିଲେ ଧନ ସମ୍ପତ୍ତି ପ୍ରାପ୍ତ ହେବ ଓ ସବୁ ଦୁଃଖ ଦୁର୍ଦ୍ଦଶା ବି ଦୂର ହୋଇଯିବା ନେଇ ସୋସିଆଲ ମିଡିଆରେ ପ୍ରତିକାର କହୁଥିଲେ । ରିଲ୍ସ ମାଧ୍ୟମରେ ଜଣେ ଠକ ଜ୍ୟୋତିଷ ପ୍ରତିକାର କହୁଥିଲେ। ଏହି ଠକ ଏବଂ ଆତ୍ମଘୋଷିତ ଜ୍ୟୋତିଷ ନିଳାମ୍ବର ପାଣିକୁ ଭଦ୍ରକରୁ ଉଠାଇ ଆଣିଛି କମିଶନରେଟ ପୋଲିସ ।

ଅଭିଯ଼ୁକ୍ତ ବିରୋଧରେ ଦୁଷ୍କର୍ମ ଭଳି ସାଙ୍ଘାତିକ ଅଭିଯୋଗ ଥିବା ଜଣାପଡିଛି । ଜଣେ ମହିଳାଙ୍କୁ ସନ୍ତାନ ପ୍ରାପ୍ତିର ଲୋଭ ଦେଖାଇ ବନ୍ଦ ଘରକୁ ଡାକି ପାଟିରେ ଲବଙ୍ଗ ଜାକିବାକୁ କହି ଦୁଷ୍କର୍ମ କରିଥିଲା ଏହି ବ୍ୟକ୍ତି । ସମ୍ଭ୍ରାନ୍ତ ଶ୍ରେଣୀର ମହିଳା ଜଣଙ୍କ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ଠକକୁ ଉଠାଇ ଆଣିଛି କମିଶନରେଟ ପୋଲିସ । ସୋସିଆଲ ମିଡିଆରେ ଏହିସବୁ ଭିଡିଓ ଛାଡି ନିଜକୁ ଜ୍ୟୋତିଷ ବୋଲି କହି ଶତାଧିକ ମହିଳାଙ୍କୁ ଚୁନା ଲଗାଇଥିବା ଜାଣିବାକୁ ପାଇଛି ପୋଲିସ ।

ସୋସିଆଲ ମିଡିଆରେ ଆତ୍ମଘୋଷିତ ଜ୍ୟୋତିଷ ନୀଳମ୍ବାର ପାଣିର ଅନେକ ଫଲୋଅର ଅଛନ୍ତି । ସୋସିଆଲ ମିଡିଆରେ ସେ ସବୁଦିନ ଲୋକଙ୍କୁ କିଛିନା କିଛି ଟିପ୍ସ୍ ଦିଅନ୍ତି । ମାନସିକ ଶାନ୍କି କେମିତି ପାଇବେ, ସମସ୍ତ କାର୍ଯ୍ୟରେ ସଫଳ କେମିତି ହେବେ , ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବାର ଉପାୟ କଣ ଏହି ସବୁ ବିଷୟରେ ସାଧାରଣ ଲୋକଙ୍କୁ ଟିପ୍ସ ଦିଅନ୍ତି ଆତ୍ମଘୋଷିତ ଜ୍ୟୋତିଷ ନୀଳମ୍ବାର ପାଣି ।

Get real time updates directly on you device, subscribe now.