fbpx
BSKY SKY
BSKY SKY

ସେମିକଣ୍ଡକ୍ଟର ଶିଳ୍ପ ଦେବ ୧୨ ଲକ୍ଷ ନିଯୁକ୍ତି, ଡିଜାଇନ ସେଣ୍ଟର ସ୍ଥାପନ କରୁଛନ୍ତି କମ୍ପାନୀ

BSKY

ନୂଆଦିଲ୍ଲୀ: ବର୍ତ୍ତମାନ ସେମିକଣ୍ଡକ ଶିଳ୍ପରେ ଭାରତ ବିଶ୍ୱର ଏକ ପ୍ରମୁଖ ସ୍ଥଳ ହେବାକୁ ଯାଉଛି। ଏବେ ଏହି ଶିଳ୍ପ ତାହାର ଉଦ୍ୟମ ଜାରି ରଖିଛି । ଏହି କ୍ଷେତ୍ରର ବିକାଶ ହେଲେ ଦେଶର ଅନେକ ଲୋକ ନିଯୁକ୍ତି ପାଇବେ ବୋଲି ଏଏମଡି ଇଣ୍ଡିଆର ମୁଖ୍ୟ ତଥା ସେମିକନ ଟାଲେଣ୍ଟ ବିଲ୍ଡିଂ କମିଟିର ଅଧ୍ୟକ୍ଷ ଜୟା ଜଗଦିଶ କରିଛନ୍ତି ।

ତାଙ୍କ କହିବା ଅନୁସାରେ ଏହି କ୍ଷେତ୍ରରେ ଯୁବ ପ୍ରତିଭାଙ୍କର ବିଶେଷ ଆବଶ୍ୟକତା ରହିଛି । ଟେକ୍ନିସିଆନ, ଇଞ୍ଜିନିୟର, ଅପରେଟ ଭଳି ବିଭିନ୍ନ ବର୍ଗ ଏହା ସହିତ ଜଡିତ ହେବେ । ଏହା ଚିପ ଡିଜାଇନ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଡିପ୍ଲୋମା, ଅଣ୍ଡର ଗ୍ରାଜୁଏଟ, ମାଷ୍ଟର୍ସ, ପିଏଚଡି, ପୋଷ୍ଟ ଡକ୍ଟରେକ୍ଟ କରିଥିବା ପ୍ରାୟ ୨.୭ ଲକ୍ଷ ବ୍ୟକ୍ତି ବିଶେଷ ଚିପ ଡିଜାଇନ କରିବାରେ ସୁଯୋଗ ସୃଷ୍ଟି ହେବ । ଏହା ଛଡା ସେ କହିଛନ୍ତି ଦେଶରୁ ପ୍ରତି ବର୍ଷ ୫ ଲକ୍ଷ ଇଞ୍ଜିନିୟର ବାହାରୁ ଥିବା ପ୍ରତିଭାଙ୍କର କୌଣସି ଅଭାବ ହେବ ନାହିଁ । ୨ ଦଶନ୍ଧି ହେବ ଦେଶରେ ଏହି ଡିଜାଇନ ଉପରେ କାମ ଚାଲିଛି । ଏବେ ଦେଶର ଅନେକ ସ୍ଥାନରେ ଏହି ଡିଜାଇନ ସେଣ୍ଟର ମଧ୍ୟ ସ୍ଥାପନ ହେଉଛି । ଏହା ଶିଳ୍ପକୁ ବୃଦ୍ଧି କରିବ ।

ଏ କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ୱରାନିତ୍ୱ କରିବା ପାଇଁ ସରକାର ପୁଞ୍ଜି ନିବେଶକୁ ପ୍ରେତ୍ସାହନ କରୁଛନ୍ତି । ପ୍ରତିଭାଙ୍କ ଅଭାବ ନଥିବା ସତ୍ତେ୍ୱ ଶିଳ୍ପ ଉପଯୋଗୀ ଶ୍ରମ ଶକ୍ତିର ପାଇବା ଏବେ ଚ୍ୟାଲେଞ୍ଜ କରୁଛି । ଏ କ୍ଷେତ୍ରରେ ରହିଥିବା ପାର୍ଥକ୍ୟକୁ ଦୂର କରିବାକୁ ପଡିବ । ଏହାକୁ ଧ୍ୟାନରେ ରଖି ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଦେଶର ୩୦୦ ଇଞ୍ଜିନିୟରିଂ କଲେଜରେ କୋର୍ସ ୱାର୍କ ସହ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ କାମ କରୁଛି । ଏହା ଦୀର୍ଘ ମିଆଦି ଭିତ୍ତିରେ ଯୁବବର୍ଗଙ୍କୁ ରିସ୍କିଲିଂ ଏବଂ ଅପସ୍କିଲିଂ ଦିଗରେ ମଧ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ଯୁବ ବର୍ଗଙ୍କ ମଧ୍ୟରେ ଦକ୍ଷ ଶ୍ରମ ଶକ୍ତିର ଗଠନ ଦିଗରେ ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଭାଗିତା ଉପରେ ଗୁରୁତ୍ୱାରୋପ କରାଯାଉଛି ।

Get real time updates directly on you device, subscribe now.