CMEXର ନିଆରା ପ୍ରୟାସ: ବଜେଟ୍ ୨୦୨୫କୁ ନେଇ ବିଶ୍ଲେଷଣ, ସବିଶେଷ ଜ୍ଞାନ ପାଇଲେ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ
CMEXରେ "ବଜେଟ୍ ୨୦୨୫ ବିଶ୍ଳେଷଣ”କୁ ନେଇ ବୈଠକ । ବଜେଟର ପ୍ରଭାବ ଜାଣିଲେ ଛାତ୍ରଛାତ୍ରୀ ।
ଭୁବନେଶ୍ବର: ସେନ୍ଟର୍ ଫର୍ ମ୍ୟାନେଜେରିଆଲ୍ ଏକ୍ସଲେନସ୍ (CMEX), ରାଜଧାନୀ କଲେଜ୍ ଭୁବନେଶ୍ବରରେ ବଜେଟ୍ ନେଇ ସ୍ପଷ୍ଟ ଧାରଣା ପାଇଲେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ । ଏହି ଉଦ୍ଦେଶ୍ୟ ନେଇ ବଜେଟ୍ ୨୦୨୫ ବିଶ୍ଳେଷଣ ବିଷୟରେ ଏକ ଗୁରୁତ୍ବପୂର୍ଣ୍ଣ ସଭା ଅନୁଷ୍ଠିତ ହୋଇଥିଲା ।
ବଜେଟର ପ୍ରଭାବ ଜାଣିଲେ ଛାତ୍ରଛାତ୍ରୀ- ଏହି ସଭାର ମୁଖ୍ୟ ବକ୍ତା ଭାବେ ଚାଟାର୍ଡ ଆକାଉଣ୍ଟାଣ୍ଟ ସରତ କୁମାର ଦାଶ ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟ ରୁଦ୍ରନାରାୟଣ ସା ଉପସ୍ଥିତ ଥିଲେ । ଅର୍ଥନୀତି ବିଶେଷଜ୍ଞଙ୍କ ଦ୍ୱାରା ରାଷ୍ଟ୍ରୀୟ ଅର୍ଥନୀତି, ଟ୍ୟାକ୍ସ ଏବଂ ବ୍ୟବସାୟ ଉପରେ ବଜେଟର ପ୍ରଭାବ ବିଷୟରେ ବିସ୍ତୃତ ଅଳୋଚନା ହୋଇଥିଲା । ଏହି ଆଲୋଚନା ଦ୍ୱାରା ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ପାଇଁ ଏକ ଅତ୍ୟନ୍ତ ଜ୍ଞାନବର୍ଷକ ଅନୁଭବ ରହିଥିଲା ।
ରାଜଧାନୀ କଲେଜର ପ୍ରିନ୍ସିପାଲ ଡଃ ସରୋଜକାନ୍ତ ଚୌଧୁରୀ ଏହି କାର୍ଯ୍ୟକ୍ରମର ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଥିଲେ । ମିସେସ୍ ପ୍ରୀତି ପ୍ରିୟଦର୍ଶିନୀ ରାଉତ, ସେନ୍ଟର୍ ହେଡ୍ ଡଃ ସଂଘମିତ୍ରା ଜେନା, କୋଓର୍ଡିନେଟର୍ MBA ଏଗ୍ରିବିଜନେସ୍ ଏବଂ ଡଃ ଧରିତ୍ରୀ ରଥ, କୋଓର୍ଡିନେଟର୍ PMIR ଏହି କାର୍ଯ୍ୟକ୍ରମର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଭାବେ ଯୋଗଦେଇଥିଲେ । ଅଙ୍କିତା ଜେନା, ସିପୁଲ୍ ସ୍ବାଇଁ, ଅଶୁତୋଷ କର୍କୋରା ଏବଂ ମଧୁସ୍ମିତା ମଙ୍ଗରାଜ ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକମାନଙ୍କ ପର୍ସପେକ୍ଟିଭ୍ରୁ ଅଧିକ ଗଭୀର ଏବଂ ଉପଯୋଗୀ କରିଥିଲ ।
ବଜେଟ ବିଶ୍ଲେଷଣ ଜରୁରୀ କହିଲେ ପ୍ରିନ୍ସିପାଲ- Dr ସରୋଜକାନ୍ତ ଚୌଧୁରୀ ନିଜ ସମ୍ବୋଧନରେ କହିଥିଲେ ଯେ ଆଗାମୀ ଭବିଷ୍ୟତ୍ ପାଇଁ ମ୍ୟାନେଜମେଣ୍ଟ ଏବଂ ନୀତି ନିର୍ଦ୍ଦେଶକମାନଙ୍କ ପାଇଁ ବଜେଟ୍ ବିଶ୍ଳେଷଣ ଅତ୍ୟନ୍ତ ଜରୁରୀ । ମିସେସ୍ ପ୍ରୀତି ପ୍ରିୟଦର୍ଶିନୀ ରାଉତ ରାଷ୍ଟ୍ରୀୟ ଅର୍ଥନୀତି ଏବଂ ଉଦ୍ୟୋଗ ଉପରେ ଏହି ବଜେଟ୍ ର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମର ଶେଷରେ ଏକ ଇଣ୍ଟରାକ୍ଟିଭ୍ ସେସନ୍ ହୋଇଥିଲା । ଏଠାରେ ଛାତ୍ରଛାତ୍ରୀମାନେ ନିଜର ଜିଜ୍ଞାସା ପ୍ରଦର୍ଶନ କରି ପ୍ରଶ୍ନ ମଧ୍ୟ କରିଥିଲେ । ଏହି ପ୍ରୟାସ ରାଜଧାନୀ କଲେଜର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅର୍ଥନୀତିକ ଜ୍ଞାନ ଏବଂ ମ୍ୟାନେଜେମେଣ୍ଟ ସମ୍ୱନ୍ଧୀୟ ଦକ୍ଷତା ବୃଦ୍ଧି କରିବାର ଉଦ୍ଦେଶ୍ୟ ଅନେକ ଗୁରୁତ୍ବପୁର୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି ।