ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ଫୋନରେ ହତ୍ୟା ଧମକ। ୫୦ ଲକ୍ଷ ଟଙ୍କା ନ ଦେଲେ ଜୀବନ ପ୍ରତି ବିପଦ କହିଥିବା କହିଲେ। ଯଦି ଟଙ୍କା ନାହିଁ ୫୦ ହଜାର ଟଙ୍କା ପଠାନ୍ତୁ କହିଲା ଦୁର୍ବୃତ୍ତ।
‘ମୁଁ ଏନେଇ କ୍ୟାପିଟାଲ୍ ଥାନାରେ ଅନଲାଇନରେ ଏତଲା କରିଛି। ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଇ-ମେଲ୍ ଜରିଆରେ ଅଭିଯୋଗ କରିଛି। କ୍ୟାପିଟାଲ ଥାନା ପୋଲିସ ଏନେଇ ତଦନ୍ତ କରୁଛି’- ଜୟଦେବ।
ସୂଚନା ଅନୁସାରେ ଗତ ୩ ତାରିଖରେ କଲ୍ କରି ଟଙ୍କା ମାଗିଥିଲେ ଜଣେ ଯୁବକ। ଓଡ଼ିଆ ଭାଷାରେ କଥା ହୋଇ ଟଙ୍କା ମାଗିଥିଲେ। ଜୟଦେବ କହିଥିଲେ, ମୋତେ ୭୦ ବର୍ଷ ପାର ହେଲାଣି ମାରିଦେଲେ ମାରିଦେ। ତା ପରେ ଯୁବକ କହିଥିଲେ ୫୦ ହଜାର ଦେ।
ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରିଛନ୍ତି ଜୟଦେବ । ଆହୁରୀ ମଧ୍ୟ କହିଛନ୍ତି, ଉଚିତ୍ ତଦନ୍ତ ଦାବି କରିଛି । ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ମୁଁ ସରକାର ବିରୋଧରେ ଅନେକ ପ୍ରସଙ୍ଗରେ ସମାଲୋଚନା କରୁଥିବାରୁ ଏଭଳି ଫୋନ ଧମକ ଆସୁଛି।
ମୋହନ ଭଗବତ୍ ଙ୍କୁ ବିରୋଧ କରି ଛାତ୍ର ନେତା ଜେଲ ଯିବା ପରେ ମୁଁ ତାଙ୍କୁ ଭେଟି ସାମ୍ବାଦିକ ସମ୍ମିଳନୀ କରିବା ପରେ ଯୁବକ ଜଣଙ୍କ ଟଙ୍କା ମାଗିବା ସହିତ କହିଥିଲା ବହୁତ୍ ଟିଭିରେ ବହାରୁଛୁ।