fbpx

ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁଠାରେ ସିନିୟର୍‍ ଡିଭିଜନ୍‍ ସିଭିଲ୍‍ ଜଜ୍‍ କୋର୍ଟ ଉଦଘାଟିତ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‍. ମୁରଲୀଧର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁଠାରେ ଭର୍ଚୁଆଲ ମାଧ୍ୟମରେ ସିନିୟର ଡିଭିଜନ ସିଭିଲ ଜଜ୍‍ ତଥା ଆସିଷ୍ଟାଣ୍ଡ ସେସନ ଜଜ୍‍ କୋର୍ଟକୁ ଉଦ୍‍ଘାଟନ କରିଛନ୍ତି । ଏହି ଅବସରରେ 5T ସଚିବଚି ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟ ବିଚାରପତି କହିଛନ୍ତି, ଲୋକମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ହାଇକୋର୍ଟ ଏବଂ ନ୍ୟାୟପାଳିକା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ନ୍ୟାୟପାଳିକା ବ୍ୟବସ୍ଥାର ଉନ୍ନତି ପାଇଁ ନୂଆ କୋର୍ଟ ସ୍ଥାପନ, ଅଧିକାରୀମାନଙ୍କୁ ନିଯୁକ୍ତି ଏବଂ ଅଧିକ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର କରାଯାଉଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶରେ କିପରି ସମସ୍ତଙ୍କ ହାତ ପାହାନ୍ତାରେ କୁଶଳ ଆଇନ୍‍ଗତ ସେବା ପ୍ରଦାନ କରାଯାଇ ପାରିବ ସେଥିନେଇ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି । କୋର୍ଟ ଖୋଲିବା ଦ୍ଵାରା ହିଞ୍ଜିଳିକାଟୁବାସୀଙ୍କ ଦୀର୍ଘଦିନର ଆକାଂକ୍ଷା ପୂରଣ ହୋଇଛି। ଲୋକମାନଙ୍କ ଦ୍ଵାରଦେଶରେ ସୁବିଧା ଜନକ ତଥା ଦକ୍ଷ ଆଇନ ସେବା ପହଞ୍ଚାଇବା ପାଇଁ ଓଡ଼ିଶା ସରକାର ପ୍ରତିଶୃତିବଦ୍ଧ। ଏହାଦ୍ୱାରା ଗରିବ ଓ ଦୁର୍ବଳ ବର୍ଗର ଲୋକମାନେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.