fbpx

‘ସରଦାର-୨’ ଫିଲ୍ମ ଶୁଟି ବେଳେ ବଡ଼ ଅଘଟଣ: ୨୦ ଫୁଟ ତଳକୁ ଖସି ବରିଷ୍ଠ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ବଡ଼ ଦୁଃଖଦ ଖବର । ଫିଲ୍ମ ‘ସରଦାର-୨’ ଶୁଟିଂ ସମୟରେ ଘଟିଯାଇଛି ଏକ ବଡ଼ ଅଘଟଣ । ବରିଷ୍ଠ ଷ୍ଟଣ୍ଟମ୍ୟାନ ଏଝୁମଲାଇ ଷ୍ଟଣ୍ଟ ସମୟରେ ୨୦ ଫୁଟ ତଳକୁ ଖସି ପଡ଼ିଥିଳେ । ଫଳରେ ଘଟଣାସ୍ଥଳରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି । ଷ୍ଟଣ୍ଟ ସମୟରେ ସୁରକ୍ଷାରେ ତ୍ରୁଟି କାରଣରୁ ଏଭଳି ଅଘଟଣ ଘଟିଥିଲା । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏଝୁମଲାଇଙ୍କ ପରି ଜଣେ ବରିଷ୍ଠ ଷ୍ଟଣ୍ଟମ୍ୟାନଙ୍କ ଅଚାନକ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ସରକାର-୨ ଫିଲ୍ମ ଶୁଟିଂ ସମୟରେ ଏହି ଅଘଟଣରେ ଏଝୁମଲାଇଙ୍କ ବିୟୋଗ ଘଟିବା ଖବରକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି । ଏଲୁମଲାଇ ଅନେକ ବଡ଼ ବଡ଼ ତାରକାଙ୍କ ପାଇଁ କାମ କରିଥିଲେ । ସେ ରଜନୀକାନ୍ତ, କମଲ ହାସଲ, ବିଜୟ, ଅଜୀତ କୁମାରଙ୍କ ଅନେକ ଫିଲ୍ମରେ ଷ୍ଟଣ୍ଟ କରିଥିଲେ । ମାତ୍ର ଏବେ ସେ ସରକାର-୨ ଫିଲ୍ମର ଷ୍ଟଣ୍ଟ ପରଫର୍ମ କରିବା ସମୟରେ ଆରପାରିକୁ ଚାଲିଯାଇଛନ୍ତି । ଏଲଭି ପ୍ରସାଦ ଲ୍ୟାବ ପରିସରରେ ସେଫଟି ଅଭାବ କାରଣରୁ ସେ ୨୦ ଫୁଟ ତଳକୁ ଖସି ପଡ଼ିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏଝୁମଲାଇଙ୍କ ଫୁସଫୁସରେ ଗମ୍ଭୀର ଆଘାତ ଲାଗିଥିଲା । ଏହି ମାମଲାରେ ପୋଲିସ ଏକ ଏଫଆଇଆର ଦାୟର କରି ଯାଞ୍ଚ ଆରମ୍ଭ କରିଦେଇଛି ।

Get real time updates directly on you device, subscribe now.