fbpx

ୟୁରୋ କପରୁ ଓହରି ଯିବାକୁ ଧମକ ଦେଲା ସର୍ବିଆ: ରିପୋର୍ଟ

ନୂଆଦିଲ୍ଲୀ: ଜର୍ମାନୀରେ ଚାଲିଥିବା ଚଳିତ ବର୍ଷର ୟୁରୋ କପକୁ ନେଇ ଆସିଛି ଏକ ବଡ଼ ଖବର । ୟୁରୋ କପରୁ ଓହରି ଯିବାକୁ ସର୍ବିଆ ଧମକ ଦେଇଥିବା ନେଇ ଏକ ରିପୋର୍ଟରୁ ଜଣାପଡ଼ିଛି । ୟୁରୋପୀୟ ଫୁଟବଲ ଆସୋସିଏସନ ୟୁନିୟନ (ଇୟୁଫା) ଯଦି କୋଏସିଆ ଓ ଆଲବାନିଆର ପ୍ରଶଂସକଙ୍କ ମଧ୍ୟରେ ନାରାବାଜୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ୟୁରୋ କପ ୨୦୨୪ରୁ ସେ ଓହରି ଯିବ ବୋଲି ସର୍ବିଆ କହିଛି ।

ଏକ ମିଡ଼ିଆ ରିପୋର୍ଟ ମୁତାବକ, ଗତକାଲି ଏକ ମ୍ୟାଚ ୨-୨ରେ ଡ୍ର ହେବା ପରେ ସମର୍ଥକମାନେ ଆକ୍ରମଣାତ୍ମକ ଢଙ୍ଗରେ ସର୍ବିଆକୁ ଟାର୍ଗେଟ କରି ନାରା ଲଗାଇଥିଲେ । ଯଦି କ୍ରୋଏସିଆ ଓ ଆଲବାନିଆର ଦୁଇ ମହାସଂଘଙ୍କୁ ଦଣ୍ଡିତ କରାନଯାଏ ତେବେ ସେ ଟୁର୍ଣ୍ଣାମେଣ୍ଟରୁ ଓହରିଯିବେ ବୋଲି ଫୁଟବଲ ଆସୋସିଏସନ ଅଫ୍ ସବିଆର ମହାସଚିବ କହିଛନ୍ତି । ଏହା ଏକ ନିନ୍ଦନୀୟ ଘଟଣା । ତେଣୁ ଆମେ ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଇୟୁଫାକୁ କହିବୁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.