fbpx

୭ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ: ରାଜ୍ୟର ୫ ଜିଲ୍ଲାରେ ସୃଷ୍ଟି ହେବ ୨୪,୫୫୨ କର୍ମନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୩୫ତମ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ (ଏଚଏଲସିଏ) ବୈଠକରେ ୭ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ୮୦,୧୨୫ କୋଟିର ଏହି ପ୍ରକଳ୍ପ ସ୍ଥାପନ ହେବା ଫଳରେ ରାଜ୍ୟର ୫ଟି ଜିଲ୍ଲାରେ ୨୪,୫୫୨ ଜଣଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ । ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ ଓ ଭଦ୍ରକ ଜିଲ୍ଲାରେ ଇସ୍ପାତ, ଔଷଧ, ସବୁଜ ଶକ୍ତି ଓ କେମିକାଲି ଆଦି ପ୍ରକଳ୍ପ ସ୍ଥାପନ ନେଇ ନିଷ୍ପତ୍ତି ନିଆଯାଇଛି ।

ଜଗତସିଂହପୁର ଜିଲ୍ଲାରେ ଗ୍ରୀନ୍ ହାଇଡ୍ରୋଜେନ ଓ ଗ୍ରୀନ୍ ଆମୋନିଆ ଉତ୍ପାଦନ ପାଇଁ ୱାରୀ କ୍ଲିନ୍ ଏନର୍ଜୀ ସଲ୍ୟୁସନ୍ସ ୧୨,୪୮୦ କୋଟି ନିବେଶ କରିବ । ସେଥିରେ ୩୨୫୦ ଜଣଙ୍କୁ କର୍ମ ନିଯୁକ୍ତି ମିଳିବ । ୬୩୩୦ କୋଟି ନିବେଶ କରି ଇଜି ସୋଲୱିନ ହାଇବ୍ରିଡ ପ୍ରା.ଲିଃ ଗୋପାଳପୁର ଏସଇଜେଡରେ ଗ୍ରୀନ ଆମୋନିଆ ଉତ୍ପାଦନ କରିବ । ସେଥିରେ ୧୦୫୦ ଲୋକଙ୍କୁ ନିଯୁକ୍ତି ମିଳିବ । ୨୧,୦୦୦ କୋଟି ନିବେଶ କରି ଝାରସୁଗୁଡ଼ାଠାରେ ଅକ୍ସନ ଇସ୍ପାତ କାରଖାନା ସ୍ଥାପନ କରିବେ । ସେଥିରେ ୧ ହଜାର ଲୋକ ନିଯୁକ୍ତି ପାଇବେ । ଗ୍ରାନୁଏଲ୍ସ ଲାଇଫ୍ ସାଇନ୍ସେସ ପ୍ରାଇଭେଟ ଲିଃ ଗୋପାଳପୁର ଏସଇଜେଡରେ ୧୧୦୦ କୋଟି ନିବେଶ କରି ମେଡିସିନ କାରଖାନା ସ୍ଥାପନ କରିବ । ସେଥିରେ ୧୪୮୦ ଜଣଙ୍କୁ ନିଯୁକ୍ତି ମିଳିବ । ଖୋର୍ଦ୍ଧାରେ ୩୫,୬୦୦ କୋଟି ନିବେଶ କରି ଏସିଏମଇ ଗ୍ରୀନଟେକ ଉର୍ଜା ପ୍ରାଃ ଲିଃ ଶକ୍ତି ଉପକରଣ ପ୍ରସ୍ତୁତ କରିବ । ସେଥିରେ ୬୨୭୨ ଜଣ ନିଯୁକ୍ତି ପାଇବେ ।

Get real time updates directly on you device, subscribe now.