fbpx

ରାଜ୍ୟ ଚୟନ ବୋର୍ଡ ପକ୍ଷରୁ ବିଜ୍ଞପ୍ତି: ସରକାରୀ ଡିଗ୍ରୀ କଲେଜମାନଙ୍କରେ କନିଷ୍ଠ ସହାୟକ, PET ଓ ଲ୍ୟାବ୍ ଆସିଷ୍ଟାଣ୍ଟ ନିଯୁକ୍ତି ପାଇବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପଦ ପୂରଣ ପାଇଁ ବିଭିନ୍ନ ସଂସ୍ଥା ତରଫରୁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ରାଜ୍ୟର ସରକାରୀ ଚାକିରି ଆଶାୟୀଙ୍କ ପାଇଁ ପୁଣି ଆସିଛି ଏକ ବଡ଼ ଖବର । ଏନେଇ ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ରହିଥିବା ସରକାରୀ ଡିଗ୍ରୀ କଲେଜମାନଙ୍କରେ ଅନେକ ପଦ ପୂରଣ ହେବ ।

ପ୍ରାର୍ଥୀଙ୍କୁ ଜୁନିୟର ଆସିଷ୍ଟାଣ୍ଟ (ଗ୍ରୁପ-ସି), ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି) (ଗ୍ରୁପ-ବି) ଓ ଲ୍ୟାବୋରେଟୋରି ଆସିଷ୍ଟାଣ୍ଟ- କମ- ଷ୍ଟୋରକିପର (ଗ୍ରୁପ-ବି) ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ www.ssbodisha.ac.in କୁ ଯାଇ ଏ ବାବଦରେ ସବିଶେଷ ତଥ୍ୟ ପାଇ ପାରିବେ । ମାର୍ଚ୍ଚ ମାସ ୧୬ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ଏପ୍ରିଲ ମାସ ୧୫ ତାରିଖରେ ସମାପ୍ତ ହେବ ।

ମୋଟ ୧୦୧ଟି ପଦ ଖାଲି ରହିଥିବା ବେଳେ ସେଥିମଧ୍ୟରୁ କନିଷ୍ଠ ସହାୟକ ୩୯ଟି, ପିଇଟି ୮ଟି ଓ ଲ୍ୟାବୋରେଟୋରି ଆସିଷ୍ଟାଣ୍ଟ- କମ୍- ଷ୍ଟୋରକିପର ୫୪ଟି ପଦ ଖାଲି ରହିଛି । ୨୦୨୪ ମସିହା ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଲିଖିତ ପରୀକ୍ଷା ଓ ଦକ୍ଷତା ଟେଷ୍ଟ ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

Get real time updates directly on you device, subscribe now.