ନୂଆଦିଲ୍ଲୀ: କର୍ଣ୍ଣାଟକର ଚିକ୍କମଗଲୁରୁରେ ଏକ ବଡ ଅଘଟଣ ଅଳ୍ପକେ ଟଳି ଯାଇଛି । ଏଥିରେ ୧୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁବାର କାଳୀପୂଜା ଅବସରରେ ଚିକ୍କମଗଲୁରୁର ଦେବୀରମ୍ମା ପାହାଡ ଉପରେ ଥିବା ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ସଂଧ୍ୟାରେ ପାହାଡ ଉପରକୁ ଚଢିବା ବେଳେ କିଛି ଭକ୍ତ ଖସିପଡିଥିଲେ । ସେମାନଙ୍କୁ ତୁରନ୍ତ ସ୍ଥାନୀୟ ପ୍ରଶାସନ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା ।
କାଳୀପୂଜା ଅବସରରେ କର୍ଣ୍ଣାଟକରେ ଦେବୀରମ୍ମା ପର୍ବ ପାଳନ ହୋଇଥାଏ ଦେବୀରମ୍ମା ମନ୍ଦିରରେ । ମନ୍ଦିରଟି ପାହାଡର ଶିଖରରେ ଅବସ୍ଥିତ । ଏହି ମନ୍ଦିର କେବଳ ଦୀପାବଳି ଅବସରରେ ମାତ୍ର ଦିନକ ପାଇଁ ଖୋଲିଥାଏ । ଗତକାଲି ଏଥିପାଇଁ ବହୁ ସଂଖ୍ୟାରେ ଭକ୍ତ ଦେବୀ ମାଙ୍କ ନିକଟରେ ଦୀପ ଜାଳିବା ପାଇଁ ଯାଉଥିବା ବେଳେ ଦୁଇ ଦିନ ଧରି ସେଠାରେ ହୋଇଥିବା ବର୍ଷା ପାଇଁ ପାହାଡ ରାସ୍ତା ଖସଡା ହୋଇଥିଲା । ତେଣୁ କିଛି ଭକ୍ତଙ୍କ ଗୋଡ ଖସିବାରୁ ସେମାନେ ପଡିଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଏହି ଦିନିକିଆ ପର୍ବ ପାଇଁ ମନ୍ଦିର ପ୍ରଶାସନ, ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା । କିନ୍ତୁ ଦୁଇ ଦିନ ଧରି ସେଠାରେ ଲଗାଣ ବର୍ଷା ପାଇଁ ପାହାଡ ଉପରକୁ ଥିବା ରାସ୍ତା ଖସଡା ହୋଇଯାଇଥିଲା । ତେଣୁ ପ୍ରାୟ ୧୨ ଜଣ ପରି ଭକ୍ତ ଖସିପଡିବାରୁ ସାମାନ୍ୟ ଆଘାତପ୍ରାପ୍ତ ହୋଇଥିଲେ । ସମସ୍ତଙ୍କ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଡିସ୍ଚାର୍ଜ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
Thousands of devotees flocked to the Deviramma Hill Temple in Chikkamangaluru, resulting in several injuries. Authorities are currently assessing the situation, and more details are awaited.#dtnext #chikkamangaluru #devirammahilltemple #karnataka #devottesinjury pic.twitter.com/254Z6flaUA
— DT Next (@dt_next) November 1, 2024