fbpx

ସରକାରୀ ତୈଳ ଡିପୋରେ ଭୀଷଣ ଅଗ୍ନିକାଣ୍ଡ:୧୬ ମୃତ୍ୟୁ,୫୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ରାଜଧାନୀ ଜକାର୍ତ୍ତାର ଏକ ତୈଳ ସଂରକ୍ଷଣ କେନ୍ଦ୍ରରେ ଅଗ୍ନିକାଣ୍ଡ ହେଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ଏହି ଘଟଣାରେ ବହୁତ ଲୋକ ଆହତ ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି। ଇନ୍ଧନ ସଂରକ୍ଷଣ ଡିପୋ ଏକ ସରକାରୀ କମ୍ପାନୀର ଅଟେ।

ରିପୋର୍ଟ ଅନୁଯାୟୀ, ଉତ୍ତର ଜକାର୍ତ୍ତାର ରାଜ୍ୟ ଶକ୍ତି କମ୍ପାନୀ ପେତ୍ରାମିନାଙ୍କ ତୈଳ ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିବା ପରେ ଆଖପାଖର ଲୋକମାନେ ଭୟଭୀତ ହୋଇ ଜୀବନ ରକ୍ଷା କରିବାକୁ ପଳାଇଥିଲେ। ପ୍ରଶାସନ ସେଠିକାର ଆବାସିକଙ୍କୁ ନିକଟସ୍ଥ ଅଞ୍ଚଳକୁ ସ୍ଥାନାନ୍ତର କରିଥିଲା।

ଏହି ଘଟଣାରେ ଅଗ୍ନିଶମ ବିଭାଗ କହିଛି ଯେ ଏହି ଅଗ୍ନିକାଣ୍ଡରେ ଦୁଇ ଶିଶୁଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିକମରେ ୫୦ ଜଣ ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗର ମୁଖ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଅଗ୍ନିକାଣ୍ଡରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ସମୟ ରାତି ୮ ଟାରେ ଏଠାରେ ଏହି ଅଗ୍ନିକାଣ୍ଡ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।

ଇଣ୍ଡୋନେସିଆର ସେନା ମୁଖ୍ୟ ଡୁଡୁଙ୍ଗ ଅବଦୁରାଚମାନ (Dudung Abdurachman)ଗଣମାଧ୍ୟମକୁ କହିଛନ୍ତି ଯେ ନିଆଁ ଲାଗିବାର କିଛି ଘଣ୍ଟା ପରେ ନିଆଁ ଲିଭାଇଥିଲା। ସେ କହିଛନ୍ତି ଯେ ନିଆଁ ଲିଭାଇ ଦିଆଯାଇଛି। ସେନା ମୁଖ୍ୟ କହିଛନ୍ତି ଯେ ସେମାନେ ଏହାର କାରଣ ଅନୁସନ୍ଧାନ କରାଯାଉଛି ।ଏଥି ସହିତ ପେତ୍ରାମିନା କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ ନିଆଁକୁ ଆୟତ୍ତ କରିବା ତଥା ଆଖପାଖ ଅଞ୍ଚଳର ଶ୍ରମିକ ଏବଂ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଦିଗରେ କାର୍ଯ୍ୟ କରୁଛି। ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ଏହା ଏକ ଆଭ୍ୟନ୍ତରୀଣ ସମୀକ୍ଷା କରିବ ବୋଲି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ କହିଛନ୍ତି।

Get real time updates directly on you device, subscribe now.