fbpx
BSKY SKY
BSKY SKY

ସୁନା କିଣିବାର ନୂତନ ନିୟମ:ଆଉ ଚଳିବ ନାହିଁ ୪ଅଙ୍କ ବିଶିଷ୍ଟ ହଲମାର୍କ, କେବେ ଠୁଁ ଲାଗୁ ହେବ ନୂଆ ନିୟମ, ଜାଣନ୍ତୁ

BSKY

ନୂଆଦିଲ୍ଲୀ: ଯଦି ଆପଣ ମାର୍ଚ୍ଚ ୩୦ ପରେ ସୁନା କିମ୍ବା ଏହାର ଅଳଙ୍କାର କିଣିବାକୁ ଯାଉଛନ୍ତି, ତେବେ ଏହି ଖବର ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବାସ୍ତବରେ ସୁନା ଓ ଅଳଙ୍କାର କିଣିବା ଓ ବିକ୍ରୟ ପାଇଁ କେନ୍ଦ୍ର ସରକାର ନିୟମ ପରିବର୍ତ୍ତନ କରିଛନ୍ତି। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ମାର୍ଚ୍ଚ ୩୧, ୨୦୨୩ ପରେ ହଲମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ୍ (HUID) ବିନା ସୁନା ଅଳଙ୍କାର ଏବଂ କଳାକୃତି ବିକ୍ରି ହେବ ନାହିଁ।

ପୂର୍ବରୁ୪ ଅଙ୍କ ଏବଂ ୬ ଅଙ୍କ ବିଶିଷ୍ଟ ହଲମାର୍କିଂକୁ ନେଇ ଗ୍ରାହକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦୂର କରିବାକୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ନୂତନ ନିୟମ ଅନୁଯାୟୀ, ଏପ୍ରିଲ୍ ୧ ରୁ କେବଳ ଛଅ ଅଙ୍କ ବିଶିଷ୍ଟ ବର୍ଣ୍ଣମାଳା ହଲମାର୍କିଂ ବୈଧ ହେବ। ଏହା ବିନା ସୁନା ଓ ସୁନା ଅଳଙ୍କାର ବିକ୍ରି ହେବ ନାହିଁ। ଆହୁରି ମଧ୍ୟ, ଚାରି ଅଙ୍କ ବିଶିଷ୍ଟ ହଲମାର୍କିଂ ସଂପୂର୍ଣ୍ଣ ବନ୍ଦ ହୋଇଯିବ ।

ସୁନାର ହଲମାର୍କିଂ ହେଉଛି ମୂଲ୍ୟବାନ ଧାତୁର ଶୁଦ୍ଧତାର ପ୍ରମାଣପତ୍ର । ଏହା ସ୍ଵେଚ୍ଛାକୃତ ଭାବରେ ୧୬ ଜୁନ୍ ୨୦୨୧ ପର୍ଯ୍ୟନ୍ତ ପ୍ରଯୁଜ୍ୟ ଥିଲା। ଏହା ପରେ ସରକାର ସୁନା ହଲମାର୍କିଂକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଏହା ଦେଶର ୨୫୬ ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ, ଆହୁରି ୩୨ ଟି ଜିଲ୍ଲା ଯୋଗ କରାଯାଇଥିଲା । ବର୍ତ୍ତମାନ ଦେଶର ୫୧ ଟି ଜିଲ୍ଲା ଏଥିରେ ଯୋଗ କରାଯାଉଛି।ମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ଯେ ଭାରତର ସମସ୍ତ ଉତ୍ପାଦକୁ ସର୍ବୋଚ୍ଚ ଗୁଣବତ୍ତା ଏବଂ ନିରାପତ୍ତା ମାନଦଣ୍ଡ ପୂରଣ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ତେଣୁ ଏହି ନିଷ୍ପତି ଗ୍ରହଣ କରାଯାଇଛି ।

ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ବିଏସ୍ ସାର୍ଟିଫିକେଟ୍ ଉପରେ ୮୦ ପ୍ରତିଶତ ରିହାତି ପ୍ରଦାନ କରିବ କିମ୍ବା ବିଭିନ୍ନ ଉତ୍ପାଦ ସାର୍ଟିଫିକେଟ୍ ସ୍କିମ୍ ପାଇଁ ସର୍ବନିମ୍ନ ମାର୍କିଂ ଫି ଆଦାୟ କରିବ। ମାଇକ୍ରୋ ସ୍କେଲ ୟୁନିଟ୍ ଗୁଡିକରେ ଗୁଣାତ୍ମକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ତେବେ ହଲମାର୍କ କଣ :
ଅଳଙ୍କାର ଚିହ୍ନିବା ପାଇଁ ହଲମାର୍କ ଅନନ୍ୟ ପରିଚୟ (HUID) ନମ୍ବର ବ୍ୟବହୃତ ହୁଏ। HUID ସଂଖ୍ୟା ହେଉଛି ଏକ ଛଅ ଅଙ୍କ ବିଶିଷ୍ଟ ବର୍ଣ୍ଣମାଳା କୋଡ୍। ଏହାର ସାହାଯ୍ୟରେ ଗ୍ରାହକ ଅଳଙ୍କାର ସମ୍ବନ୍ଧୀୟ ସୂଚନା ପାଆନ୍ତି। ଏହା ବ୍ୟତୀତ ଜୁଏଲର୍ସଙ୍କୁ ବିଏସ୍ ପୋର୍ଟାଲରେ ଏହି ସୂଚନା ଅପଲୋଡ୍ କରିବାକୁ ପଡିବ ।

Get real time updates directly on you device, subscribe now.