(video)ଭୟଙ୍କର ଭୂମିକମ୍ପ, ଭାଙ୍ଗିଲା ବଡ଼ ଅଟ୍ଟାଳିକା, ଭୁଶୁଡ଼ି ପଡ଼ିଲା ଲମ୍ୱା ନଦୀ ପୋଲ
ତାସ ଭର ଭୁଶୁଡିବା ପରି ଭୁଶୁଡି ପଡିଲା ବଡ଼ବଡ଼ ବିଲ୍ଡିଂ। ଚାରିଆଡ଼ ଧୂଆଁମୟ ହୋଇଗଲା। ଜୀବନ ବିକଳରେ ଯିଏ ଜୁଆଡେ ପାରିଲେ ଦୌଡିଲେ।
ମିଆଁମାର: ଭୟଙ୍କର ଭୂମିକମ୍ଭ। ତାସ ଭର ଭୁଶୁଡିବା ପରି ଭୁଶୁଡି ପଡିଲା ବଡ଼ବଡ଼ ବିଲ୍ଡିଂ। ଚାରିଆଡ଼ ଧୂଆଁମୟ ହୋଇଗଲା। ଭିଡ଼ିଓ ଦେଖିଲେ ମନେ ହେଉଛି ଯେପରି ଭର ଭିତରୁ ଏକ ଭୟଙ୍କର ସମୁଦ୍ରର ସୁନାମି ମାଡି ଆସୁଛି। କେବଳ ସେତିକି ନୁହେଁ ଏକ ବଡ଼ ପୋଲ ମଧ୍ୟ ଭୁଶୁଡି ପଡିଛି।
ଜୀବନ ବିକଳରେ ଯିଏ ଜୁଆଡେ ପାରୁଛି ଦୌଡୁଛି। ଚାରିଆଡ଼ ଧୂଆଁ ମୟ ହୋଇଯାଉଛି। ରାସ୍ତା ଘାଟ କିଛି ଦେଖାଯାଉନି। ହଁ ମିଆଁମାରରେ ହୋଇଥିବା ଭୂମିକମ୍ପ ସବୁ କିଛି ଛାରଖାର କରିଦେଇଛି। ବାପା ପାଖରୁ ପୁଅକୁ ଆଉ ଭାଇ ପାଖରୁ ଭଉଣୀକୁ ଆଉ ସ୍ତ୍ରୀ ପାଖରୁ ସ୍ୱାମୀକୁ ଛ଼ଡ଼ାଇ ନେଇଛି।
ଚାରି ଆଡ଼େ କୋକୁଆ ଭୟ ଖେଳାଯାଇଛି। ଯିଏ ଏହି ଦୃଶ୍ୟ ଦେଖୁଛି ତା ଦେହ ଶିତେଇ ଉଠୁଛି। କାରଣ ମିଆଁମାରରେ ଏକାଥରେ ୨ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଯେଉଁଥିରେ ଏବେସୁଦ୍ଧା ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ମିଆଁମାରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ତୀବ୍ରତା ଏତେ ଅଧିକ ଥିଲା ଯେ ପଡୋଶୀ ଦେଶ ବାଂଲାଦେଶ, ଚୀନ୍, ଲାଓସ୍ ଏବଂ ଥାଇଲ୍ୟାଣ୍ଡ ମଧ୍ୟ ପ୍ରଭାବିତ ହୋଇଛି।
🇲🇲 Myanmar
This is awful 😢 pray for these people in the rubble!M7.7 #Earthquake hits #MYANMAR
Video showing people being rescued from the rubles of the collapsed buildings.
Share And Repost, Save People
Save Humanity pic.twitter.com/BmPc0QusJZ— KryptoX (@supersumeet) March 28, 2025
ଏପରିକି ଦିଲ୍ଲୀ ଏନ୍ସିଆରରେ ଏହାର କମ୍ପନ ଅନୁଭୂତ ହୋଇଛି। ୟୁଏସଜିଏସ କହିଛି, ମିଆଁମାରର ସାଗାଇଙ୍ଗ୍ ସହରର ଉତ୍ତର-ପଶ୍ଚିମ ଦିଗରୁ ପ୍ରାୟ ୧୬ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା।
ମିଆଁମାର ବ୍ୟତୀତ ବ୍ୟାଙ୍କ୍କରେ ବି ଭୂକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ଝଟକା ପରେ ଭୟରେ ଲୋକମାନେ ଅଫିସ୍ ଏବଂ ଦୋକାନଗୁଡିକ ବାହାରକୁ ବାହାରି ଆସିଥିଲେ। ହେଲେ ଏବେବି ଭୁଶୁଡି ପଡିଥିବା କୋଠା ତଳେ ଅନେକ ଲୋକ ଥିବା କୁହାଯାଉଛି।