fbpx

ଆଖଣ୍ଡଳମଣିଙ୍କ ମନ୍ଦିରରେ ସେବାୟତଙ୍କ ଉନ୍ମୁକ୍ତ କାଣ୍ଡ ; ଛୁରା ମାଡରେ ଜଣେ ସେବାୟତ ଗୁରୁତର

ଭଦ୍ରକ:ଭଦ୍ରକ ଆଖଣ୍ଡଳମଣି ମନ୍ଦିରରେ ବିଶୃଙ୍ଖଳିତ ସେବାୟତଙ୍କ ଛୁରା ମାଡ଼ରେ ଅନ୍ୟ ଜଣେ ସେବାୟତ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଛୁରାମାଡ କରିଥିବା ସେବାୟତ ଜଣକୁ ଥାନାରେ ଅଟକ ରଖିଛି ପୋଲିସ । ମନ୍ଦିରରେ ଦୀର୍ଘଦିନ ଧରି ବିଶୃଙ୍ଖଳିତ କରିବା ସହ ମନ୍ଦିର ନିୟମକୁ ଉଲଂଘନ କରି ବେଆଇନ ଭାବେ ଆଗନ୍ତୁକ ଭକ୍ତଙ୍କୁ ପାଦୁକ ଚନ୍ଦନ ଦେଇ ଜୋରଜବରଦସ୍ତ ଭେଟି ଆଦାୟ କରି ଆସୁଥିଲେ । ଏପରି ନକରିବାକୁ ଚଳିତମାସ ୧୦ତାରିଖରେ ମନ୍ଦିର ପ୍ରଶାସନ ପକ୍ଷରୁ କଟକଣାକୁ କଡାକଡି କରାଯିବା ସହ ନଟକା ଜାରି କରାଯାଇଥିଲା । ହେଲେ କିଛି ସେବାୟତ ଏହି ନିୟମ ଓ କଟକଣାକୁ ମାନି ନଥିଲେ ।

ଅପରପକ୍ଷେ ମନ୍ଦିର ଗର୍ଭଗୃହକୁ ଭକ୍ତ ଓ ଅଣସେବାୟତଙ୍କୁ ପ୍ରବେଶ କରାଇବା ସହ ମନ୍ଦିର ବେଢା ମଧ୍ୟରେ ବେଆଇନ ଭାବେ ଭେଟି ଆଦାୟ କରିଥିଲେ । ତେବେ ଆଜି ୧୨ଟା ସମୟରେ ଏପରି ନକରିବାକୁ କିଛି ସେବାୟତ ବାରଣ କରିବାରୁ ତପନ ପାଢୀ ଓ ତାଙ୍କ ସହଯୋଗୀ ଛୁରା ମାଡ କରିଥିଲେ । ଫଳରେ ଗଦାଧର ପାଢୀ ଗୁରତର ଆହତ ହୋଇ ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ ଗତ ୨୩ରେ ୩୩ଜଣ ବିଶୃଙ୍ଖଳିତ ସେବାୟତଙ୍କ ନାଁରେ ମନ୍ଦିର ପ୍ରଶାସନ ପକ୍ଷରୁଧୁଷୁରୀ ଥାନାରେ ଏତଲା କରାଯାଇଥିଲା ।

Get real time updates directly on you device, subscribe now.