fbpx

ପ୍ୟାରିସ୍ ଅଲିମ୍ପିକ୍ସରେ ସେକ୍ସ କରିବା ମନା: ଖେଳାଳିଙ୍କ ପାଇଁ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ଡିଜାଇନ ବିଶିଷ୍ଟ ‘Anti-Sex Bed’, ଦୁଇଜଣ ବସିଲେ ବେଡ ଭାଙ୍ଗିଯିବ

Advertisement

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସ ୨୬ ତାରିଖରୁ ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହୋଇ ଅଗଷ୍ଟ ୧୧ରେ ସମାପ୍ତ ହେବ । ବିଶ୍ୱର ଅନ୍ୟତମ ସର୍ବବୃହତ ଏହି କ୍ରୀଡ଼ା ଇଭେଣ୍ଟ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଖେଳାଳିମାନେ କିପରି ଭଲ ପ୍ରଦର୍ଶନ କରିପାରିବେ, ସେମାନଙ୍କର ଅଭ୍ୟାସ, ଖାଇବା, ରହିବା ଆଦିର ସୁବନ୍ଦୋବସ୍ତ କରାଯାଇଛି । ତେବେ ଏଥର ପ୍ୟାରିସ ଅଲିମ୍ପିକରେ ଖେଳାଳିଙ୍କ ପାଇଁ କିଛି ବଡ଼ଧରଣର କଟକଣା ଲାଗୁ କରାଯାଇଛି ।

ଖବର ମୁତାବକ, ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଖେଳାଳିଙ୍କ ପାଇଁ ‘ଆଣ୍ଟି-ସେକ୍ସ ବେଡ’ ମଗାଯାଇଛି । ଏହି ବେଡକୁ ଏକ ସ୍ୱତନ୍ତ୍ର ଷ୍ଟାଇଲରେ ପ୍ରସ୍ତୁତ କରାଯାଇଛି । ଖେଳାଳିମାନେ ଏହି ବେଡରେ ଯେପରି ଇଣ୍ଟିମେଟ ହୋଇ ନପାରିବେ ତାହାକୁ ଦୃଷ୍ଟିରେ ରଖି ଏହି ବେଡକୁ ନିର୍ମାଣ କରାଯାଇଛି । ଅର୍ଥାତ ଏହି ବେଡରେ ଦୁଇଜଣ ଏକସଙ୍ଗେ ଶୋଇପାରିବେ ନାହିଁ । ଯଦି ଦୁଇଜଣ ଏହି ବେଡରେ ଶୁଅନ୍ତି ତେବେ ବେଡଟି ଭାଙ୍ଗିଯିବାର ଆଶଙ୍କା ରହିଥାଏ । ରୁମର ଆକାରକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି । ଅଲିମ୍ପିକ୍ସ ଇଭେଣ୍ଟ ସମୟରେ ଖେଳାଳିଙ୍କୁ କାମୁକ ହେବାରୁ ରୋକିବା ହେଉଛି ଏହି କଟକଣା ପଛର ଉଦ୍ଦେଶ୍ୟ ।

ଏହି ଆଣ୍ଟି-ସେକ୍ସ ବେଡର ଖାସିୟତ ଏହା ଯେ, ଏହାକୁ ଏପରି ଡିଜାଇନ କରାଯାଇଛି ଯେ ତାହା କେବଳ ଜଣେ ମାତ୍ର ବ୍ୟକ୍ତିଙ୍କ ଓଜନକୁ ସମ୍ଭାଳି ପାରିବ । ଅଧିକ ଲୋକ ସେହି ବେଡରେ ବସିଲେ ତାହା ଭାଙ୍ଗି ଯିବାର ସମ୍ଭାବନା ରହିଥାଏ । ୨୦୨୦ ଜାପାନ ଅଲିମ୍ପିକ୍ସ ସମୟରେ ଖେଳ ସାମଗ୍ରୀ ନିର୍ମାଣ କରିଥିବା ସଂସ୍ଥା ଏୟାରୱେଭ ଏହି ବେଡଗୁଡ଼ିକୁ ପ୍ରସ୍ତୁତ କରିଛି । ଖେଳାଳିଙ୍କ ମଧ୍ୟରେ ସ୍ଥିରତା ରକ୍ଷା କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଅଲିମ୍ପିକ୍ସ ସୂତ୍ରରୁ ଜଣାପଡ଼ିଛି । ବିଗତ ବର୍ଷମାନଙ୍କରେ ଅଲିମ୍ପିକ୍ସ ଖେଳାଳିଙ୍କ ମଧ୍ୟରେ ହୋଇଥିବା ଅନେକ ସେକ୍ସ ସହ ଜଡ଼ିତ ଖବର ମିଡ଼ିଆରେ ପ୍ରକାଶ ପାଇଥିଲା । ତେଣୁ ଖେଳାଳିଙ୍କୁ ସେକ୍ସରୁ ନିବୃତ୍ତ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

୧୯୯୨ ବାର୍ସେଲୋନା ଅଲିମ୍ପିକ୍ସ ଅବସରରେ ଜୀବନର ଏକ ବଡ଼ ଧୋକ୍କା ଖାଇଥିବା ଜଣେ ଟେବୁଲ ଟେନିସ ଖେଳାଳି କହିଥିଲେ । ସେହିପରି ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ସମୟରେ ଜଣେ ପୁରୁଷ ଟିମମେଟ ଓ ଦୁଇଜଣ ମହିଳା ଆଥଲେଟଙ୍କ ସହ ଫୋରସମ୍ ସମ୍ପର୍କ ସ୍ଥାପନ କରିଥିବା ଜଣେ ଆଥଲେଟ୍ ସ୍ୱୀକାର କରିଥିଲେ । ଅଲିମ୍ପିକ୍ସ ସମୟରେ ଅନେକ ଲୋକ ଖୋଲାଖୋଲି ଭାବେ ସେକ୍ସ କରୁଥିବା ଆମେରିକାର ଜଣେ ସ୍ୱର୍ଣ୍ଣ ପଦକ ବିଜେତା କହିଥିଲେ । ଘରେ, ବାହାରେ ଲୋକମାନେ ଏଭଳି ଖରାପ କାର୍ଯ୍ୟରେ ଲିପ୍ତ ରହୁଥିବା ସେ କହିଥିଲେ । ତେବେ ଏହି ଆଣ୍ଟି-ସେକ୍ସ ବେଡ୍ ଆଥଲେଟମାନଙ୍କୁ ସେକ୍ସୁଆଲ କାର୍ଯ୍ୟରୁ ଦୂରେଇ ରଖିବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.