କଟକ: କଟକ ବାଦାମବାଡ଼ି ଅଞ୍ଚଳରେ ଚାଲିଥିଲା ସେକ୍ସ ରାକେଟ । ଡିସିପିଙ୍କ ନେତୃତ୍ୱରେ ଭଡ଼ା ଘରେ ଚଢ଼ାଉ ପରେ ପଦାକୁ ଆସିଛି ସତ ।
ଭଡ଼ା ଘରେ ଚାଲିଥିଲା ସେକ୍ସ ର୍ୟାକେଟ୍ । ଘଟଣାରେ କାହା ସମ୍ପୃକ୍ତି ରହିଛି ଓ କେତେ ଜଣଙ୍କୁ ଅଟକ ରଖାଯାଇଛି ତାହା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଗତ କିଛି ମାସ ପୂର୍ବରୁ କଟକ ଏବଂ ଭୁବନେଶ୍ୱରେ ବଡ଼ ଧରଣର ସେକ୍ସ ର୍ୟାକେଟ ଠାବ କରିଥିଲା କମିଶନରରେଟ୍ ପୋଲିସ । ଯେଉଁଥିରେ ଓଡ଼ିଆ ଦଦାଲ ବାଂଲାଦେଶୀ ଝିଅମାନଙ୍କୁ ଆଣି ଦେହ ବ୍ୟବସାୟ କରୁଥିଲେ ।