fbpx

‘ବନ୍ଦ’ ସୁଯୋଗରେ ଖୋଲାଖୋଲି ଚାଲିଛି ଦେହ ବ୍ୟବସାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀରେ ଲୋକେ ଡହଳ ବିକଳ ହେଉଛନ୍ତି । ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ । କିନ୍ତୁ ଏଭଳି ସଂକଟକାଳରେ ମଧ୍ୟ ଅପରାଧିକ କାର୍ଯ୍ୟକଳାପ କମୁନି । ଠିକ୍ ସେହିପରି ଲକଡାଉନ୍ ଓ ବନ୍ଦର ସୁଯୋଗରେ ମାତିଛନ୍ତି ଦେହ ଦଲାଲ । ଏପରିକି କମିସନରେଟ୍ ପୋଲିସକୁ ଚକମା ଦେଖାଇ ରାଜଧାନୀର ବିଭିନ୍ନ ସ୍ଥାନରେ ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗ ହେଉଛି । ଏହିକ୍ରମରେ ପୂର୍ବରୁ ଏଭଳି ଦେହ କାରବାର ପାଇଁ ଚର୍ଚ୍ଚାରେ ରହିଆସିଥିବା ରାଜଧାନୀର କଟକ ରୋଡ୍ ଅଞ୍ଚଳରେ ପୁଣି ସେଭଳି ଏକ ଘଟଣା ଧରାପଡ଼ିଛି ।

ସୂଚନା ଅନୁସାରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧେଶ୍ୱରୀ କଲୋନୀରେ ଥିବା ଏକ ଗେଷ୍ଟ୍ ହାଉସ୍ ରେ ଚାଲିଥିଲା ଦେହ ବ୍ୟବସାୟ । ଦୀର୍ଘଦିନ ଧରି ଏଭଳି କାରବାର ଚାଲିଥିବାବେଳେ ହଠାତ୍ ପୋଲିସ୍ ଚଢ଼ଉ କରିଥିଲା । ଆଉ ଧରାପଡ଼ିଥିଲେ ୩ ଜଣ ଯୁବକ । ସେମାନେ ହେଉଛନ୍ତି ଗେଷ୍ଟ୍ ହାଉସର କେଆର୍ ଟେକର୍, ଜଣେ ରୋଷେୟା ଓ ଆଉଜଣେ ଅଟୋ ଚାଳକ । ସେହିପରି ଉଦ୍ଧାର ହୋଇଥବା ମହିଳାଙ୍କୁ ପତିତା ଉଦ୍ଧାର ସମିତିକୁ ପଠାଯାଇଥିବା ଜଣାପଡ଼ିଛି ।

ପୋଲିସ୍ ସୂଚନା ଅନୁସାରେ କେଆର୍ ଟେକର୍ ହିଁ ଅସଲ ଖେଳାଳି! ଭିଜିଟିଂ କାର୍ଡ ଦେଖାଇ ଗ୍ରାହକଙ୍କ ସେଠାକୁ ଲାଗୁଥିଲା ଲମ୍ବାଧାଡ଼ି । ଲକଡାଉନ୍ ପାଇଁ ଅତିଥି ଭବନ ବନ୍ଦ ରହୁଥିବା ବାହାରକୁ ଜଣାପଡ଼ୁଥିଲା କିନ୍ତୁ ବାସ୍ତବରେ ଭିତରେ ଦଲାଲ ଜଣଙ୍କ ପାଲା ଚଲାଇଥିଲେ । ତେବେ ନିୟମିତ ଭାବେ ଯୁବତୀଙ୍କ ସମେତ ଲୋକଙ୍କ ଯିବାଆସିବା ଲାଗି ରହିବାରୁ ଅଞ୍ଚଳବାସୀଙ୍କ ସନ୍ଦେହ ବଢ଼ିଥିଲା । ପୋଲିସ୍ ଚଢ଼ଉରୁ ଟଙ୍କା, ମୋବାଇଲ୍ ଫୋନ୍, ନିଶାଦ୍ରବ୍ୟ ଓ କିଛି ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ସେପଟେ ଗେଷ୍ଟ୍ ହାଉସ୍ ପାଇଁ ବଢ଼ାରେ ନେଇଥିବା ମାଲିକକୁ ଖୋଜୁଛି ପୋଲିସ୍ ।

ଏଠାରେ ସୂଚନାଯୋଗ୍ୟଯେ ଉକ୍ତ ଥାନା ଅଞ୍ଚଳର କେନାଲ୍ ରୋଡ୍ରେ ଦେହ ବ୍ୟବସାୟ ଚାଲିଥିବାବେଳେ ଗତ ମାର୍ଚ୍ଚ ୩୦ ତାରିଖ ରାତି ପୋଲିସ୍ ଚଢ଼ଉ କରିଥିଲା । ଉଦ୍ଧାର ହୋଇଥିଲେ ଦୁଇ ଯୁବତୀ ଆଉ ଧରାପଡ଼ିଥିଲେ ଦୁଇ ଗ୍ରାହକ ।

Get real time updates directly on you device, subscribe now.