fbpx

ବଢ଼ିବାରେ ଲାଗିଛି ‘Sex Tourism’! ଯୌନ ଶୋଷଣର ଶିକାର ହେଉଛନ୍ତି ନିରୀହ ଯୁବତୀ, ୧୫ ଥର ବିବାହ କରୁଛନ୍ତି ଏକାଧିକ ଗରିବ ଝିଅ

ନୂଆଦିଲ୍ଲୀ: ଇଣ୍ଡୋନେସିଆରୁ ଆସିଛି ଏକ ଚିନ୍ତାଜନକ ଖବର । ସେଠାରେୁ ‘ସେକ୍ସ ଟୁରିଜିମ୍’ ମାମଲା ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ଆଉ ଏହାର ଶିକାର ହେଉଛନ୍ତି ଅନେକ ଗରିବ ଘରର ଯୁବତୀ । ସାମାନ୍ୟ କିଛି ଟଙ୍କା ପାଇଁ ଅନେକ ଗରିବ ଘରର ଝିଅ ୧୫ ଥର ବି ବିବାହ କରିବାକୁ ପଛାଉ ନାହାନ୍ତି । ମଧ୍ୟ-ପୂର୍ବ ଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଇଣ୍ଡୋନେସିଆରେ ଗରିବ ଯୁବତୀମାନଙ୍କୁ ମାତ୍ର କିଛି ଦିନ ପାଇଁ ବିବାହ କରୁଛନ୍ତି । ମିଛ ବିବାହ, ମିଛ ସମ୍ପର୍କର ଏହି ଘଟଣା ପାଇଁ ଆଜି ଅନେକ ଯୁବତୀ ନିଜର ଶରୀରକୁ ଅଜଣା ପୁରୁଷମାନଙ୍କୁ ସତେ ଯେପରି ବିକ୍ରି କରିଦେଉଛନ୍ତି । ଆମର ସଭ୍ୟ ସମାଜ ପାଇଁ ଏଭଳି ନିନ୍ଦନୀୟ ଘଟଣା ସତେ ଯେମିତି ଏକ ବଡ଼ ଅଭିଶାପ ପାଲଟି ଯାଇଛି ।

ରିପୋର୍ଟ ମୁତାବକ, ୧୭ ବର୍ଷୀୟା ଜଣେ ଯୁବତୀ କହାୟା (ଛଦ୍ମ ନାମ) ୫୦ ବର୍ଷୀୟ ଜଣେ ଯୁବକୀଙ୍କୁ ଇଣ୍ଡୋନେସିଆର ଏକ ତିନି ତାରକା ହୋଟେଲରେ କିଛି ଲୋକଙ୍କ ଉପସ୍ଥିତିରେ ବିବାହ କରିଥିଲେ । ଇସଲାମିକ ଆଇନର ଏହି ବିବାଦୀୟ ବ୍ୟବସ୍ଥା ଆଜି କୟାହାଙ୍କ ପରି ଅନେକ ଯୁବତୀଙ୍କୁ ସତେ ଯେମିତି ଶିକାର ବନାଉଛି । ସାଉଦୀ ଅରବରୁ ପର୍ଯ୍ୟଟକ ଭାବେ ଇଣ୍ଡୋନେସିଆକୁ ଆସିଥିବା ଏହି ପୁରୁଷ ଜଣଙ୍କ କହାୟାଙ୍କୁ ବିବାହ କରିବା ପାଇଁ ୭୧ ହଜାରରୁ ଅଧିକ ଟଙ୍କା ଯୌତୁକ ଦେଇଥିଲେ । ଏହି ସ୍ଥାୟୀ ବିବାହ ପଛରେ କିଛି ଏଜେଣ୍ଟ ଓ ମୌଲବୀ ରହିଥିବା ବେଳେ ସେମାନେ ମଧ୍ୟ ଏହି ଅର୍ଥରୁ କିଛି ଅଂଶ ପାଉଥିବା ଜଣାପଡ଼ିଛି ।

ବିବାହ ପରେ କହାୟା ତାଙ୍କର ପତିଙ୍କ ଜାକର୍ତ୍ତା ଠାରୁ ୨ କିମି ଦୂର ଦକ୍ଷିଣାଞ୍ଚଳ ସ୍ଥିତ କୋଟା ବୁଙ୍ଗା ସହରରେ ଏକ ରିସୋର୍ଟରେ ରହିଥିଲେ । ସେଠାରେ ତାଙ୍କର ପତି ତାଙ୍କ ସହ ଶାରୀରିକ ସମ୍ବନ୍ଧ ସ୍ଥାପନ କରିବା ସହ କାମ ମଧ୍ୟ କରାଇଥିଲେ । କହାୟା ସଫାସୁତୁରା, ଖାଦ୍ୟ ପ୍ରସ୍ତୁତ କରିବା ଆଦି କାମ କରୁଥିଲେ । ନିଜ ପିତୃ ସମାନ ବୟସର ଜଣେ ବ୍ୟକ୍ତିଙ୍କ ସହ ଶଯ୍ୟା ଶେୟାର କରିବାକୁ ନେଇ କହାୟା ନିଜକୁ ଅସଞ୍ଜତ ମନେକରୁଥିଲେ । ତେଣୁ ଏହି ଅସ୍ଥାୟୀ ଶାଦୀ ଯଥାସମ୍ଭବ ସମାପ୍ତ ହୋଇଯାଉ ବୋଲି ସେ ଚାହୁଁଥିଲେ ।

ଏହାର କିଛିଦିନ ପରେ ଟୁରିଷ୍ଟ ନିଜ ଦେଶ ସାଉଦୀ ଅରବକୁ ଫେରିଯାଇଥିଲେ । ତିନ ତଲାକ କହି ପର୍ଯ୍ୟଟକ ଜଣଙ୍କ କହାୟାଙ୍କ ଠାରୁ ବିବାହ ସମାପ୍ତ କରିଦେଇଥିଲେ । ଏହାପରେ କହାୟା ବୋଧହୁଏ ୧୫ ଥର ବିବାହ କରିଥିଲେ । ମଧ୍ୟ-ପୂର୍ବ ରାଷ୍ଟ୍ରରୁ ଆସିଥିବା ପର୍ଯ୍ୟଟକଙ୍କ ସହ କହାୟା କିଛି ଦିନ ପାଇଁ ପତି-ପତ୍ନୀ ଭାବେ ରହି ବେଡ୍ ଶେୟାର କରିଥିଲେ । ତେବେ ଏହା କରିବା ତାଙ୍କ ପାଇଁ କମ୍ ନିର୍ଯାତନାର କଥା ନଥିଲା । ଯେତେବେଳେ ବି ଅନ୍ୟ ଦେଶର କୌଣସି ଅଜଣା ଟୁରିଷ୍ଟଙ୍କ ସହ କହାୟାଙ୍କ ବିବାହ ହୋଇଥାନ୍ତି, ସେ କେବଳ ଘରକୁ କେବେ ଯିବେ ସେହି କଥା ମନେମନେ ଭାବୁଥାନ୍ତି । ତେବେ ଅସ୍ଥାୟୀ ମ୍ୟାରେଜର ଦ୍ୱାହି ଦେଇ ହେଉଥିବା ଏହି ପ୍ଲିଜର ମ୍ୟାରେଜ ପାଇଁ ଅନେକ ନିରୀହ ଯୁବତୀ ବଳି ପଡ଼ୁଛନ୍ତି, ଯାହାକି ଆମ ସମାଜ ପାଇଁ ଆଦୌ ଶୁଭଙ୍କର ନୁହେଁ । ଇଣ୍ଡୋନେସିଆର ପୁନକକ ଅଞ୍ଚଳରେ ଏପରି ପ୍ରଥା ପ୍ରଚଳିତ ରହିଥିବା ବେଳେ ସେହି ଅଞ୍ଚଳର ଗାଁଗୁଡ଼ିକୁ ‘ତଲାକସୁଦା ମହିଳାଙ୍କର ଗ୍ରାମ ବା ‘ଡିଭର୍ସ ଭିଲେଜ୍’ କୁହାଯାଉଛି ।

Get real time updates directly on you device, subscribe now.