ସଲିଡ ଫୁଏଲ ଡକଟେଡ ରାମଜେଟ (SFDR) ବୁଷ୍ଟର ସିଷ୍ଟମର ସଫଳ ପରୀକ୍ଷଣ କରାଯାଇଛି । ଶୁକ୍ରବାର ସକାଳ ୧୦:୩୦ ସମୟରେ ଚାନ୍ଦିପୁର ଆଇଟିଆରରେ ଏହାର ପରୀକ୍ଷଣ କରାଯାଇଥିଲା । ଏହି ବୁଷ୍ଟର ଦ୍ୱାରା ଆକାଶରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ରର କ୍ଷମତା ବଢ଼ିବ । ଏସଡିଆରଏଫ୍ ସିଷ୍ଟମ କୌଣସି ମିସାଇଲକୁ ସୁପରସୋନିକ୍ ସ୍ପିଡରେ ଅଧିକ ଦୂରରେ ଥିବା ମିସାଇଲକୁ ଖସାଇବାରେ ସହାୟକ ହେବ । ଏହି ଏସଏଫ୍ଡିଆର ସିଷ୍ଟମ ଡିଆରଡିଓ ଦ୍ୱାରା ବିକଶିତ କରାଯାଇଛି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏସଏଫଡିଆର ର ସଫଳ ପରୀକ୍ଷଣ ପାଇଁ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଦେଶରେ ମହତ୍ୱପୂର୍ଣ୍ଣ ମିସାଇଲ ଟେକ୍ନୋଲୋଜୀର ବିକାଶ ଦିଗରେ ଏହା ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି । ସିଷ୍ଟମ ଡିଜାଇନ, ବିକାଶ ଏବଂ ପରୀକ୍ଷଣରେ ସାମିଲ ଟିମ୍ କୁ ସମ୍ବୋନ୍ଧିତ କରି ଡିଆରଡିଓ ଅଧ୍ୟକ୍ଷ ସତୀଶ ରେଡ୍ଡୀ କହିଛନ୍ତି ଯେ ଏସଏଫଡିଆରର ସଫଳ ପରୀକ୍ଷଣ ପରେ ଆକାଶରେ ଆକାଶକୁ କ୍ଷେପଣାସ୍ତ୍ର ନିକ୍ଷେପ ହେଉଥିବା ମିସାଇଲର କ୍ଷମତା ବଢ଼ିବ ।