fbpx

ଶାହରୁଖ ବଞ୍ଚାଇ ପାରିଲେନି ନିଜ ବାଦଶାହପଣ, ଦୀପିକାଙ୍କ ବି ଚାଲିଲାନି ଯାଦୁ, ଉଭୟଙ୍କ ଲୋକପ୍ରିୟତାରେ ଆସିଲା ଅବନତି

ଓଡିଶା ଭାସ୍କର: ଶାହରୁଖ ବଞ୍ଚାଇ ପାରିଲେନି ନିଜ ବାଦଶାହପଣ, ଦୀପିକାଙ୍କ ବି ଚାଲିଲାନି ଯାଦୁ, ଉଭୟଙ୍କ ଲୋକପ୍ରିୟତାରେ ଆସିଲା ଅବନତି
ଓଡିଶା ଭାସ୍କର: ଭାରତୀୟ ସିନେମା ଜଗତର ସବୁଠାରୁ ବଡ ଫିଲ୍ମ ଇଣ୍ଡଷ୍ଟ୍ରି ହେଉଛି ବଲିଉଡ ଓ ସାଉଥ । ବଲିଉଡରେ ହିନ୍ଦୀ ଭାଷାରେ ସିନେମା ତିଆରି ହେଉଥିବାବେଳେ ଦକ୍ଷିଣଭାରତୀୟ ସିନେମାରେ ତାମିଲ, ତେଲୁଗୁ, କନ୍ନଡ ତଥା ମାଲାୟଲମ ଭାଷାରେ ସିନେମା ନିର୍ମିତ ହୋଇଥାଏ । ଏଥିରେ କାମ କରୁଥିବା ସୁପରଷ୍ଟାରଙ୍କ ଫ୍ୟାନ୍ସ ଫଲୋଅର୍ସ ବି ବେଶ ଅଧିକ । ସୋସିଆଲ ମିଡିଆରେ ମଧ୍ୟ ସେମାନଙ୍କ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ ଥାଏ ।

ଔରମୈକ୍ସ ମିଡିଆ ପ୍ରତିଥର ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ କ୍ରେଜ ମୁତାବିକ ଏକ ଲିଷ୍ଟ ଜାରି କରେ , ଯେଉଁଥିରେ ସବୁଠୁ ଅଧିକ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କୁ ସ୍ଥାନ ମିଳେ । ଏଥିରେ ଶ୍ରେଷ୍ଠ ୧୦ ଜଣ ସିନେମା, ୱେବ ସିରିଜ, ଗାୟକ, ଗାୟିକା ତଥା ଟିଭି ସିରିୟଲର ଅଭିନେତା, ଅଭିନେତ୍ରୀ ତଥା ସେଲିବ୍ରିଟିଙ୍କୁ ସ୍ଥାନ ଦିଆଯାଏ ।
ଔରମୈକକ୍ସ ମିଡିଆ ଭାରତର ଟପ-୧୦ ଅଭିନେତା ଓ ଅଭିନେତ୍ରୀଙ୍କ ଏକ ଲିଷ୍ଟ ଜାରି କରିଛି । ସୋସିଆଲ ମିଡିଆ ଏକ୍ସରେ ସେ ଏହା ଜାରି କରି ଲେଖିଛି ଯେ ଆରମୈକ୍ସ ମିଡିଆ ଭାରତର ଟପ ୧୦ ଅଭିନେତା ଓ ଅଭିନେତ୍ରୀଙ୍କୁ ବେଶ୍ ଭଲପାଏ । ଏବି ତାଲିକାରେ ଅଭିନେତା ଭାବରେ ଭାରତରୁ ସୁପରଷ୍ଟାର ପ୍ରଭାସ ସ୍ଥାନ ପାଇଥିବାବେଳେ ଅଭିନେତ୍ରୀ ଭାବରେ ଦୀପିକା ପାଦୁକୋଣ ସ୍ଥାନ ପାଇଛନ୍ତି ।

Get real time updates directly on you device, subscribe now.