fbpx

ରଜନୀକାନ୍ତଙ୍କ ୭୨ତମ ଜନ୍ମ ଦିବସରେ ‘ଥଲାଇବା’ଙ୍କ ସହ ଫଟୋ ସେୟାର କଲେ SRK; କହିଲେ ଷ୍ଟାର୍ସଙ୍କ ଷ୍ଟାର

ନୂଆଦିଲ୍ଲୀ: ଆଜି ସାଉଥ ସୁପରଷ୍ଟାର ଅଭିନେତା ରଜନୀକାନ୍ତଙ୍କ ଜନ୍ମଦିନ । ରଜନୀକାନ୍ତଙ୍କୁ ଆଜି ୭୨ ବର୍ଷ ହୋଇଛି । ରଜନୀକାନ୍ତଙ୍କ ଜନ୍ମଦିନରେ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କୁ ଅଭିନନ୍ଦନ ଜଣାଇଛି । ଏଭଳି ପରିସ୍ଥିତିରେ ଶାହରୁଖ ଖାନ ମଧ୍ୟ ଅଭିନେତାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ଶାହାରୁଖ ଖାନ ନିଜକୁ ରଜନୀକାନ୍ତଙ୍କ ପ୍ରଶଂସକ ବୋଲି କହିଛନ୍ତି । ତେବେ ଅଭିନେତା ‘ଥଲାଇବା’ଙ୍କ ଜନ୍ମଦିନ ବିଶେଷ ହୋଇଥିଲା । ଏହି ବିଶେଷ ଅବସରରେ ଶାହରୁଖ ତାଙ୍କ ସହ ଏକ ଫଟୋ ସେୟାର କରିଥିଲେ । ନିକଟରେ ଅଭିନେତ୍ରୀ ନୟନତାରା ଏବଂ ବିଗ୍ନେଶ ଶିବନ ବିବାହ କରିଥିଲେ, ଯେଉଁଥିରେ ଶାହାରୁଖ ମଧ୍ୟ ସାମିଲ ହୋଇଥିଲେ । ସେହି ବିବାହ ସମୟରେ ଶାହାରୁଖ ରଜନୀକାନ୍ତଙ୍କ ସହ ଏହି ଫଟୋଟି ଉଠାଇଥିଲେ ଯାହାକୁ ସେ ବର୍ତ୍ତମାନ ସେୟାର କରିଛନ୍ତି ।

ରଜନୀକାନ୍ତଙ୍କ ସହ ଫଟୋ ସେୟାର କରି ଶାହାରୁଖ ଖାନ ଏକ କ୍ୟାପସନ ଲେଖିଛନ୍ତି । ସେ ଲେଖିଛନ୍ତି, ‘ସବୁବେଳେ କୁଲ, ସ୍ୱାଗ ଏବଂ ନମ୍ର ତାରକା, ଷ୍ଟାର୍ସଙ୍କ ଷ୍ଟାର ଆପଣଙ୍କୁୁ ଜନ୍ମଦିନର ଶୁଭେଚ୍ଛା ଏବଂ ସୁସ୍ଥ କାମନା କରୁଛି’ । ଏହି ଫଟୋରେ, ଦୁଇଜଣ କ୍ୟାମେରାକୁ ଦେଖି ହସୁଥିବା ବେଳେ ଉଭୟ ପୋଜ୍ ମଧ୍ୟ ଦେଇଛନ୍ତି । ଆପଣ ଫଟୋରେ ଉଭୟଙ୍କୁ ହାତ ଧରିଥିବାର ମଧ୍ୟ ଦେଖିପାରିବେ । ଏହି ଫଟୋ ସାମ୍ନାକୁ ଆସିବା ପରେ ଲୋକମାନେ ଏହା ଉପରେ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରି ଦେଇଛନ୍ତି । ଏହି ପୋଷ୍ଟରେ ଲକ୍ଷ ଲକ୍ଷ ଲାଇକ ଏବଂ ହଜାର ହଜାର କମେଣ୍ଟ ଆସିଛି।

 

View this post on Instagram

 

A post shared by Shah Rukh Khan (@iamsrk)

ଶାହାରୁଖଙ୍କ ପୋଷ୍ଟ ଉପରେ କମେଣ୍ଟ ଦେଇ ଜଣେ ୟୁଜର ଲେଖିଛନ୍ତି, ‘ଗୋଟିଏ ଫ୍ରେମରେ ଦୁଇ ଲେଜେଣ୍ଡ’ । ଅନ୍ୟ ୟୁଜର୍ସ ଥାଲାଇଭାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । କେବଳ ସାଧାରଣ ଲୋକ ନୁହଁନ୍ତି ଶାହାରୁଖଙ୍କ ପୋଷ୍ଟରେ ସେଲିବ୍ରିଟିଙ୍କ କମେଣ୍ଟ ମଧ୍ୟ ଆସିଛି । ଶାହରୁଖଙ୍କ ବ୍ୟତୀତ କମଲ ହାସନ ରଜନୀକାନ୍ତଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.