fbpx

ମାଆ ବୈଷ୍ଣୋ ଦେବୀଙ୍କୁ ଦର୍ଶନ କଲେ ଶାହାରୁଖ ଖାନ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଶାହାରୁଖ ଖାନ ବଲିଉଡର କିଙ୍ଗ ଅଟନ୍ତି । ସେ କାମ କରିବା ସହ ଠାକୁରଙ୍କୁ ଡାକିବା କେବେ ହେଲେ ଭୁଲନ୍ତି ନାହିଁ । ମକ୍କାରେ ଉମରାହ କରିବା ପରେ ଶାହାରୁଖ ବର୍ତ୍ତମାନ ମା ବୈଷ୍ଣୋଦେବୀଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର ଦ୍ୱାରରେ ପହଁଚିଛନ୍ତି । ଶାହାରୁଖ ଖାନଙ୍କ ଏହି କାର୍ଯ୍ୟ ପାଇଁ ସେ ଅନେକ ପ୍ରଶଂସକଙ୍କ ମନ ଜିତିନେଇଛନ୍ତି ।

ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଆର ମାସ ଜାନୁଆରୀରେ ରିଲିଜ ହେବାକୁ ଯାଉଛି । ସେଥିପାଇଁ ସେ ତାଙ୍କ ଫିଲ୍ମର ସକ୍ସେସ ପାଇଁ ପ୍ରାର୍ଥନା କରୁଛନ୍ତି । ତେବେ ଗତକାଲି ବିଳମ୍ବିତ ରାତିରେ କଟରାରେ ମାଆ ବୈଷ୍ଣୋଦେବୀଙ୍କ ଦ୍ୱାରରେ ପହଁଚିଥିଲେ । ସେ ମାତାଙ୍କ ଦ୍ୱାରରେ ଠିଆ ହୋଇ ମାଆଙ୍କୁ ପ୍ରଣାମ କରି ପ୍ରାର୍ଥନା କରିଥିଲେ । ଶାହାରୁଖ ଖାନ ତାଙ୍କ ସାଙ୍ଗ ମାନଙ୍କ ସହ ମାଁ ବୈଷ୍ଣୋ ଦେବୀଙ୍କ ଚରଣ ନିକଟରେ ପହଁଚି ପୂଜା ଅର୍ଚ୍ଚନା କରିଥିଲେ । ସେଠାରେ ଶାହାରୁଖ ଖାନ ମୁହଁରେ ମାକ୍ସ ପିନ୍ଧିଥିଲେ । କାରଣ ସବୁ ଲୋକେ ତାଙ୍କୁ ଚିହ୍ନି ନିଅନ୍ତୁ ସେ ଚାହୁଁନଥିଲେ ।

ଶାହାରୁଖ ଖାନ ଫିଲ୍ମ ପର୍ଦ୍ଧାରେ କିଛି ଅଲଗା ରୂପରେ ଦେଖାଯାଆନ୍ତି ଯେପରିକି, ରୋମାନ୍ସ , ଏକ୍ସନ କିଙ୍ଗ ରୂପରେ ଅଭିନୟ କରି ଲୋକମାନଙ୍କ ମନ ଜିତିଛନ୍ତି । ହେଲେ ପ୍ରକୃତ ଜୀବନରେ ଶାହାରୁଖ ଖାନ ଜଣେ ଅସଲି ପାରିବାରିକ ମଣିଷ ସହିତ ଧାର୍ମିକ ମଣିଷଟିଏ । ସେ ପ୍ରତ୍ୟେକ ଧର୍ମକୁ ସାମାନ ଭାବେ ଦେଖନ୍ତି । ସେଥିପାଇଁ ସେ ମକ୍କା ଯାଇ ଉମରାହ କରି ଆସିବା ପରେ ବର୍ତ୍ତମାନ ମାଆ ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଛନ୍ତି ।

କହିବାକୁ ଗଲେ ଶାହାରୁଖ ଖାନ ପଠାନ ଫିଲ୍ମ ପୂର୍ବରୁ ଚାରି ବର୍ଷ ପରଦାରେ ଦେଖାଦେଇ ନଥିଲେ । ଏହି ପଠାନ ଫିଲ୍ମଟି ୨୦୨୩ ଜାନୁଆରୀ ମାସ ୨୫ତାରିଖରେ ରିଲିଜ ହେବାକୁ ଯାଉଛି । ଏଥିରେ ଦୀପିକା ପାଦୁକୋନ ଏବଂ ଜନ ଅବ୍ରାହମ ଅଭିନୟ କରିଛନ୍ତି । ଏହି ଫିଲ୍ମ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମର କେବଳ ପୋଷ୍ଟର ଦେଖିବାକୁ ମିଳିଛି । ଏଥିରେ ଶାହାରୁଖ ଖାନଙ୍କ ଲମ୍ବା ଚୁଟି ଏବଂ ଫିଟନେସ ପ୍ରଶଂସକ ମାନଙ୍କୁ ଖୁବ ପସନ୍ଦ ଆସିଛି । ଖାଲି ଅପେକ୍ଷା ରହିଛି, ଶାହାରୁଖ ଖାନଙ୍କ ଏହି ଫିଲ୍ମକୁ ଦର୍ଶକମାନେ କେତେ ଭଲପାଇବା ଦେଉଛନ୍ତି ।

Get real time updates directly on you device, subscribe now.