fbpx

‘ପଠାନ’ଏବଂ ‘ଗଦର-୨’ ଫିଲ୍ମକୁ ପଛରେ ପକାଇଲା ଶାହରୁଖ ଖାନଙ୍କ ‘ଯବାନ’, ଜାଣନ୍ତୁ ୫ ଦିନରେ କଲେକସନ କେତେ …

ନୂଆଦିଲ୍ଲୀ : ଶାହାରୁଖ ଖାନଙ୍କ ଫିଲ୍ମ ‘ଯବାନ’ ବକ୍ସ ଅଫିସରେ ଧମାଲ କରୁଛି । ‘ଯବାନ’ର କ୍ରେଜ ଦର୍ଶକମାନଙ୍କ ମଧ୍ୟରେ ମଧ୍ୟ ଦେଖିବାକୁ ମିଳୁଛି । ସିନେମା ଘରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଏହି ଫିଲ୍ମ ପାଇଁ ସିନେମା ହଲରେ ସବୁବେଳେ ହାଉସଫୁଲ ଦେଖିବାକୁ ମିଳୁଛି । ୭ ସେପ୍ଟେମ୍ବରରେ ଏହି ଫିଲ୍ମ ରିଲିଜ ହୋଇଥିଲା । ଏହି ଫିଲ୍ମ ପ୍ରଥମ ଦିନରେ ସବୁ ରେକର୍ଡ ଭାଙ୍ଗିଥିଲା । ଏହା ଛଡା ତୃତୀୟ ଏବଂ ଚତୁର୍ଥ ଦିନରେ ଏହି ଫିଲ୍ମ ଭଲ କଲେକସନ କରିଥିଲା । କିନ୍ତୁ ୫ ଦିନ ଟିକେ କମ କଲେକସନ ହୋଇଥିବା ରିପୋର୍ଟରୁ ଜଣାପଡିଛି ।

‘ଯବାନ’ ବକ୍ସ ଅଫିସରେ ସବୁଠାରୁ ଭଲ ପଦର୍ଶନ କରିଥିଲା ଏବଂ ଭାରତରେ ୭୫ କୋଟି ଟଙ୍କା ରୋଜଗାର କରିଥିଲା । ଦିତୀୟ ଦିନ ୫୩.୨୩ କୋଟି ଟଙ୍କା, ଏବଂ ତୃତୀୟ ଦିନ ୭୭.୮୩ କୋଟି ବକ୍ସ ଅଫିସରେ କଲେକସନ କରିଥିଲା । ରବିବାର ଦିନ ଏହି ଫିଲ୍ମ ୮୨ କୋଟି କଲେକସନ କରିଥିଲା । ପଞ୍ଚମ ଦିନରେ ଏହି ଫିଲ୍ମ ୩୦.୦୦ କୋଟି ଟଙ୍କା କଲେକସନ କରିଥିଲା । ତେବେ ଦେଖିବାକୁ ଗଲେ ୫ ଦିନ ମଧ୍ୟରେ ଯବାନ ୫୪୯ କୋଟି କଲେକସନ କରିସାରିଛି ।

ତେବେ ଏହି ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି । ଏହି ଫିଲ୍ମର ପ୍ରଶଂସା କେବଳ ସାଧାରଣ ଦର୍ଶକ କରୁ ନାହାନ୍ତି ଏହି ଫିଲ୍ମର ପ୍ରଶଂସା ଅନେକ ସେଲିବ୍ରେଟି କରିଥିବା ଦେଖିବାକୁ ମିଳୁଛି । ଅକ୍ଷୟ କୁମାର ଏହି ଫିଲ୍ମର ପ୍ରଶଂସା କରିଥିଲେ । ଏହା ସହ ଅନୁପମ ଖେର ମଧ୍ୟ ଫିଲ୍ମର ଫିଲ୍ମ ଦେଖି ଏହାର ପ୍ରଶଂସା କରିଥିଲେ । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏହି ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି । ୨୦୨୩ରେ ପଠାନ ଫିଲ୍ମ ପରେ ବକ୍ସ ଅଫିସରେ ଧମାଲ କରିଥିବା ଏହା ହେଉଛି ଶାହାରୁଖଙ୍କ ୨ୟ ଫିଲ୍ମ ।

Get real time updates directly on you device, subscribe now.