fbpx
BSKY SKY
BSKY SKY

ଶାହବାଜ ସରିଫ୍ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ରାତି ୮ ଟାରେ ନେବେ ଶପଥ

BSKY

ପାକିସ୍ତାନରେ ଏକ ମାସରୁ ଅଧିକ ସମୟ ଧରି ଲାଗି ରହିଥିବା ରାଜନୀତିକ ଡ୍ରାମାରେ ପଡ଼ିଲା ଯବନିକା । ପିଏମଏଲ-ଏନର ନେତା ଶାହବାଜ ସରିଫ୍ ହେଲେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ । ନୱାଜ ସରିଫଙ୍କ ସାନ ଭାଇ ଶାହବାଜ ସରିଫ୍ ପାକିସ୍ତାନର ୨୩ ତମ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ନାସନାଲ ଆସେମ୍ବଲିରେ ୩୪୨ ସଦସ୍ୟଙ୍କ ମଧ୍ୟରୁ ୧୭୪ ସାଂସଦଙ୍କ ସମର୍ଥନ ମିଳିଥିଲା । ବର୍ତ୍ତମାନ ସେ ଇମ୍ରାନ ଖାନଙ୍କ ସ୍ଥାନରେ ବସିବେ । ସୋମବାର ରାତି ୮ ଟାରେ ସେ ଶବଥ ଗ୍ରହଣ କରିବେ ।

ଏହି ପରିପ୍ରେକ୍ଷୀରେ ଶାହବାଜ କହିଛନ୍ତି ଯେ ଅନେକ ସମୟରୁ ପାକିସ୍ତାନର ଲୋକମାନଙ୍କୁ ମିଛ କୁହାଯାଉଥିଲା ଯେ ଅବିଶ୍ୱାସ ପ୍ରସ୍ତାବ ଏକ ଷଡ଼ଯନ୍ତ୍ର । ସେ କହିଛନ୍ତି ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଉଛି ଯେ ସେ ସମ୍ବିଧାନର ରକ୍ଷା କରି ଏବଂ ଦେଶରେ କାନୁନ ବ୍ୟବସ୍ଥାକୁ ସ୍ଥାପିତ କରିବାରେ ସାହାଯ୍ୟ କରିଛନ୍ତି । ଏହି ଅବସରରେ ସେ ତାଙ୍କ ବଡ଼ ଭାଇ ନୱାଜ ସରିଫଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।

ଇମ୍ରାନଙ୍କ ଉପରେ ବର୍ଷିବା ସହ ସେ କହିଥିଲେ ଯେ ପୂର୍ବ ସରକାର ଅତ୍ୟାଚାର ଏବଂ ନିର୍ଯ୍ୟାତନା ଦେଉଥିଲା । ଆମ ଉପରେ ମିଛି କେସ୍ କରାଯାଇଥିଲା । ସରିଫ୍ କହିଛନ୍ତି ନୂଆ ସରକାର ସମସ୍ତଙ୍କ ପାଇଁ କାମ କରିବ । ସେ ଆହୁରି କହିଥିଲେ ଦେଶ ବର୍ତ୍ତମାନ ଖରାପ ଅବସ୍ଥାରେ ଅଛି । ଦେଶରେ ସୁଧାର ଆଣିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯିବ ।

 

Get real time updates directly on you device, subscribe now.