fbpx

ଡରାଇଲାଣି ଓମିକ୍ରନ: ଘୁଞ୍ଚିଲା JERSEYର ରିଲିଜ ତାରିଖ

ମୁମ୍ବାଇ: ଶାହିଦ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଜର୍ସିର ରିଲିଜ ତାରିଖ ଘୁଞ୍ଚା ଯାଇଛି । ଆସନ୍ତା ଡିସେମ୍ବର ୩୧ ତାରିଖରେ ଏହି ଫିଲ୍ମ ଥିଏଟରରେ ରିଲିଜ ହୋଇଥାନ୍ତା । ମାତ୍ର ଦେଶରେ କରୋନାର ବର୍ଦ୍ଧିତ ସ୍ଥିତିକୁ ଦେଖି ରିଲିଜ ତାରିଖ ରୋକିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଯୋଜକ । ଫିଲ୍ମର ରିଲିଜ ବିଭିନ୍ନ କାରଣରୁ ଘୁଞ୍ଚିଥିବା ବେଳେ ଓମିକ୍ରନ ପାଇଁ ପୁଣି ଥରେ ଘୁଞ୍ଚିଛି । ଏହା ସହିତ ଏହି ଫିଲ୍ମଟି ଓଟିଟିରେ ରିଲିଜ ହେବା ନେଇ ହେଉଥିବା କଳ୍ପନା ଜଳ୍ପନାକୁ ମଧ୍ୟ ଖଣ୍ଡନ କରାଯାଇଛି ।

ପରଦାରେ ଜଣେ କ୍ରିକେଟର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଶାହିଦ କପୁର । ଜଣେ ବାପାର ସଂଘର୍ଷ ଦେଖିବାକୁ ମିଳିଛି । ଅରିଜିନାଲ ତେଲୁଗୁ ଫିଲ୍ମର ନିର୍ଦ୍ଦେଶକ ଗୌତମ ତିନ୍ନାଉରି ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ମୃଣାଲ ଠାକୁର ଫିମେଲ ଲିଡ୍ ଭୂମିକାରେ ନଜର ଆସିବେ ।ଏହି ଫିଲ୍ମରେ ଶାହିଦ ଜଣେ ୪୦ ବର୍ଷୀୟ ରଣଜୀ କ୍ରିକେଟର ଭୂମିକାରେ ନଜର ଆସିଛନ୍ତି । ସମାନ ନାମରେ ରହିଥିବା ନାନିଙ୍କ ତେଲୁଗୁ ଫିଲ୍ମର ଏହା ରିମେକ୍ ଅଟେ । ନାନିଙ୍କ ଅଭିନୀତ ଫିଲ୍ମଟି ଉଭୟ ସିନେ କ୍ରିଟିକ ଓ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଶାହିଦଙ୍କ କୋଚ ଭୂମିକାରେ ରିଅଲ ଲାଇଫ ପିତା ପଙ୍କଜ କପୁର ନଜର ଆସିଛନ୍ତି ।

Get real time updates directly on you device, subscribe now.