fbpx

(Video)‘କୁଛ ତୋ ଶର୍ମ କର’ ଗର୍ଭବତୀ ମହିଳାଙ୍କ ଅଜିବ ଡ୍ୟାନ୍ସ, ଲୋକେ କହିଲେ ‘ଛି’

Advertisement

ଓଡିଶା ଭାସ୍କର: ଗର୍ଭାବସ୍ଥା ସମୟରେ ଅଧିକାଂଶ ଡାକ୍ତର ମହିଳାମାନଙ୍କୁ ଆରାମ କରିବାକୁ ପରାମର୍ଶ ଦିଅନ୍ତି, ସେମାନଙ୍କୁ ଅସୁବିଧା ନ ହେବା ପାଇଁ । ଅଧିକାଂଶ ମହିଳା ଡାକ୍ତରଙ୍କ ପରାମର୍ଶକୁ ମଧ୍ୟ ଅକ୍ଷରେ ଅକ୍ଷରେ ପାଳନ କରନ୍ତି । ମାତ୍ର କେତେକ ମହିଳା ତାହାକୁ ଅଣଦେଖା କରନ୍ତି । ଫଳରେ ସେମାନଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରିବାକୁ ପଡେ । ଏହିକ୍ରମରେ ସୋସିଆଲ ମିଡିଆରେ ଏମିତି ଜଣେ ମହିଳାଙ୍କ ଭିଡିଓ ଏବେ ବେଶ ଭାଇରାଲ ହେଉଛି । ଭୋଜପୁରୀ ସିନେମାର ସୁପରଷ୍ଟାର ତଥା ପ୍ରସିଦ୍ଧ ଗାୟକ ଅରବିନ୍ଦ ଅକେଲା କଲ୍ଲୁଙ୍କ ଏକ ଗୀତ ‘ବନ୍ଧୁକ’ ରେ ମହିଳା ଜଣକ ମହିଳା ଜଣକ ଧୂମ୍ ମଚେଇ ନାଚୁଛନ୍ତି । ଅରବିନ୍ଦ ଅକେଲା କଲ୍ଲୁଙ୍କ ସହ ଏହି ଗୀତରେ ଶିଳ୍ପୀରାଜ ମଧ୍ୟ କଣ୍ଠ ଦେଇଛନ୍ତି । ଭିଡିଓକୁ ଦେଖି ଲୋକେ ନାରାଜ ଅଛନ୍ତି ଓ ଯାହା ଇଚ୍ଛା ତାହା କମେଣ୍ଟସ ଦେଉଛନ୍ତି ।

ଭିଡିଓରେ ନଜର ଆସୁଥିବା ଏହି ମହିଳା ଜଣକଙ୍କ ନାଁ ହେଉଛି ସୌମ୍ୟା ପାଣ୍ଡେ(@saumyapandey.03) । ମହିଳା ଡ୍ୟାନ୍ସ କରୁଥିବା ଗୀତର ବୋଲ ହେଉଛି, ‘ସାଉଥ କେ ହିରୋ ୱାଲା ଲୁକ ଲଗେଲା…ଇୟାର ହମାରା ଡାଡ ମେ ବନ୍ଧୁକ ରାଖେଲା’ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ପ୍ରାୟ ୩ କୋଟି ୫ ଲକ୍ଷ ଲୋକ ଦେଖି ସାରିଛନ୍ତି । ତାହାସହ ୫ ଲକ୍ଷ ୫୬ ହଜାରରୁ ଅଧିକ ଲୋକ ଭିଡିଓଟିକୁ ଲାଇକ କରିଛନ୍ତି । ଭିଡିଓରେ ୪୧ ହଜାରରୁ ଅଧିକ କମେଣ୍ଟସ ଦିଆଯାଇଛି । ଅଧିକାଂଶ ଲୋକ ମହିଳାଙ୍କ ଉପରେ ଖରାପ ଶବ୍ଦର ବ୍ୟବହାର କରି ଗାଲି ଦେଇଛନ୍ତି । ଆଉ କେତେକ ଲୋକ ତ ମହିଳାଙ୍କୁ ହେବାକୁ ଥିବା ପିଲା ଉପରେ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି । ଲାଲ ରଙ୍ଗର ଶାଢୀ ପରିଧାନ କରି ମହିଳା ଜଣକ ଧୂମ ଧଡକାରେ ନାଚି ଚାଲିଛନ୍ତି । ଗର୍ଭାବସ୍ତସ୍ଥା ସମୟରେ ମହିଳାଙ୍କ ଏଭଳି ଡ୍ୟାନ୍ସକୁ ଅନେକ ଲୋକ ପସନ୍ଦ କରୁ ନାହାନ୍ତି । ମହିଳା ଜଣକ ଡ୍ୟାନ୍ସ ସମୟରେ ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା’ର ଡାଇଲଗ ଭଙ୍ଗୀ ମଧ୍ୟ ଦେଖାଉଛନ୍ତି । ଭିଡିଓକୁ ଦେଖି ଜଣେ ୟୁଜର୍ସ କହିଛନ୍ତି ଯେ, ପ୍ରଥମେ ନିଜ ଛୁଆକୁ ସମ୍ଭାଳ, ପରେ ଡ୍ୟାନ୍ସ କରିବ । ସେପଟେ ଆଉ ଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି, ‘ତମମାନଙ୍କ ରିଲ୍ସ କେବେ ବି ବନ୍ଦ ହେବନି, ପରିସ୍ଥିତି ଯେମିତି ଥାଉ’ ।

 

View this post on Instagram

 

A post shared by Sαυɱყα 🖤 (@saumyapandey.03)

Get real time updates directly on you device, subscribe now.