୬୨ ବର୍ଷୀୟ ଅଜା ୪ ବର୍ଷର ନାତୁଣୀ ସହ କଲା ଦୁଷ୍କର୍ମ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ଜଣକ ୬୨ ବର୍ଷୀୟ ବୃଦ୍ଧ, ସେ ସଂପର୍କରେ ଅଜା ହେବେ। ଏହି ବୃଦ୍ଧଜଣକ ୪ ବର୍ଷୀୟ ନାତୁଣୀକୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଛି। ଶିଶୁଟିର ପିତାମାତା ଏହି ବୁଦ୍ଧାଙ୍କ ଉପରେ ପିଲାଟିକୁ ଦୁଷ୍କର୍ମ କରିବାକୁ ଉଦ୍ଦ୍ୟମ କରୁଥିଲା। ଏହି ଅଭିଯୋଗ ପରେ ଅଜା ଘଟଣାସ୍ଥଳରେ ଫେରାର ଅଛନ୍ତି। ଘଟଣାର ସୂଚନା ପୋଲିସକୁ ଦିଆଯାଇଛି। ପୋଲିସ ଟିମ ତତ୍ପରତା ଦେଖାଇ ଅଭିଯୁକ୍ତ ଅଜାକୁ ରାସ୍ତାରୁ ଉଠାଇ ଥାନାକୁ ଆଣି, ପଚରାଉଚରା କରୁଛି। ସେ ନିରୀହ ଶିଶୁର ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି।

ଏହି ଘଟଣା ଶନିବାର ଦିନ ସଂଧ୍ୟାରେ ଘଟିଛି। ମଉଗଞ୍ଜ ଥାନା ଅନ୍ତର୍ଗତ ଏକ ଗାଁରେ ଏହି ୬୨ ବର୍ଷୀୟ ଅଜା ପୀଡିତାଙ୍କ ପଡୋଶୀ ଥିଲେ। ତେବେ ୪ ବର୍ଷୀୟ ନାତୁଣୀକୁ ଫୁସୁଲାଇ ନିଜ ଘରକୁ ଆଣି କବାଟ ବନ୍ଦ କରିଦେଇଥିଲେ। ଏହାପରେ ତା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ଯେତେବେଳେ ପିଲାଟିର କାନ୍ଦ ଶବ୍ଦ ଶୁଣାଯାଇଥିଲା, ସେହି ସମୟରେ ପରିବାର ଲୋକେ ଦୌଡିବାକୁ ଲାଗିଥିଲେ। ଏହାପରେ କବାଟ ଖୋଲି ଦେଖିବା ପରେ, ଜଣାପଡିଥିଲା ଯେ, ଶିଶୁଟି କଷ୍ଟ ପାଇ କାନ୍ଦୁଥିବା ଜଣାପଡିଥିଲା। ପରିବାର ଲୋକର ଶିଶୁକୁ ଧରି ପୋଲିସ ଥାନା ପହଞ୍ଚିଥିଲେ ଏବଂ ଘଟଣାର ସୂଚନା ଦେଇଥିଲେ। ଏପଟେ ଅଜା ଜଣକ ଘଟଣାସ୍ଥଳରୁ ଫେରାର ହୋଇଥିଲା। ଏହାପରେ ପୋଲିସ ତୁରନ୍ତ ଅପରାଧୀକୁ ଖୋଜିବାକୁ ଆରମ୍ଭ କରିଥିଲା। ପୋଲିସ ଅଭିଯୁକ୍ତଙ୍କୁ ପିଛା କରି କିଛି ଘଣ୍ଟାରେ ଗିରଫ କରିଥିଲା।