fbpx

ବିଶ୍ୱକପ ଫାଇନାଲ ମଝିରେ ଶାମୀଙ୍କ ମା’ ଅସୁସ୍ଥ: ମେଡିକାଲରେ ଭର୍ତ୍ତି

Advertisement

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦରେ ଜାରି ରହିଛି ବିଶ୍ୱକପର ଫାଇନାଲ । ତେବେ ଏହି ମ୍ୟାଚ ମଝିରେ ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମୀଙ୍କ ପାଇଁ ଆସିଛି ଏକ ଦୁଃଖ ଖବର । ଅଚାନକ ମହମ୍ମଦ ଶାମୀଙ୍କ ମା’ଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଛି । ଫଳରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଁରେ ସ୍ଥାନୀୟ ଡାକ୍ତରଙ୍କ ଚିକିତ୍ସା ପରେ ମଧ୍ୟ କୌଣସି ଲାଭ ନ ମିଳିବାରୁ ତାଙ୍କୁ ମୁରାଦାବାଦର ସୁପରଟେକ ମଲ୍ଟିସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି ପରିବାର ଲୋକେ । ଏ ନେଇ ଶାମୀଙ୍କ ପରିବାରଙ୍କ ତରଫରୁ ସୂଚନା ଦିଆଯାଇଛି ।

ବିଶ୍ୱକପ-୨୦୨୩ରେ ସର୍ବାଧିକ ୱିକେଟ ହାସଲ କରିଥିବା ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମୀଙ୍କ ପାଇଁ ଏକ ଦୁଃଖଦ ଖବର ଆସିଛି । ଫାଇନାଲ ମ୍ୟାଚ ସମୟରେ ଶାମୀଙ୍କ ମା’ ଅଞ୍ଜୁମ ଆରା ସେପଟେ ଅଚାନକ ଅସୁସ୍ଥ ହୋଇ ପଡ଼ିଛନ୍ତି । ତେବେ ଅସୁସ୍ଥତା ପୂର୍ବରୁ ଯୋଗୁଁ ତାଙ୍କୁ ପ୍ରଥମେ ଗାଁରେ ଥିବା ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଇଥିଲେ । କିନ୍ତୁ ଏଥିରେ କୌଣସି ସୁଧାର ନ ମିଳିବାରୁ ତାଙ୍କୁ ତୁରନ୍ତ ମୁରାଦାବାଦର ଏକ ବଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁରାଦାବାଦର ସୁପରଟେକ ମଲ୍ଟିସ୍ପେଶାଲିଟି ହସ୍ପିଟାଲରେ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ଶାମୀଙ୍କ ମା’ । ତେବେ ଏଠାରେ ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସହିତ ଏଥିରେ ସୁଧାର ଆସିଛି । ତେଣୁ ଖୁବଶୀଘ୍ର ତାଙ୍କୁ ଡିସଚାର୍ଜ କରି ଦିଆଯିବ ବୋଲି ଜାଣିବାକୁ ମିଳିଛି ।

ମହମ୍ମଦ ଶାମୀଙ୍କ ତୃତୀୟ ଭାଇ ଏ ନେଇ ସମସ୍ତ ସୂଚନା ଦେଇଛନ୍ତି । ତେବେ ଫାଇନାଲ ପୂର୍ବରୁ ଗତକାଲି ଏହି ମ୍ୟାଚ ପାଇଁ ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳିଥିଲା । ଗତ ୫ ଦିନରୁ ନିଜ ଗ୍ରାମର ସହସପୁର ଅଲୀନଗରରେ ରହୁଥିଲେ । ଏହି ଗରେ ସେ ଶନିବାର ଭାରତର ବିଶ୍ୱକପ ବିଜୟ ପାଇଁ ପ୍ରାର୍ଥନା କରିଥିଲେ ଶାମୀଙ୍କ ମା’ । ତେବେ ଭାରତର ବ୍ୟାଟିଂ ୟୁନିଟ ଚଳିତ ବିଶ୍ୱକପରେ ସବୁଠାରୁ ଶକ୍ତିଶାଳୀ ହୋଇଥିବା ବେଳେ ଫାଇନାଲ ମୁକାବିଲାରେ ଏହା ଫେଲ ମାରିଛି । ତେବେ ବର୍ତ୍ତମାନ ସମସ୍ତ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଆଶା-ଭରସା ପାଲଟିଛନ୍ତି ମହମ୍ମଦ ଶାମୀ । ବୋଲିଂରେ କମାଲ କଲେ ହିଁ ଭାରତ ବିଶ୍ୱକପ ଜିତିପାରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.