fbpx
BSKY SKY
BSKY SKY

ଭାରତର ବ୍ୟାଟିଂ ବିପର୍ଯ୍ୟୟକୁ ନେଇ ସୋସିଆଲ ମିଡିଆରେ ଖେଳାଳି ହେଉଛନ୍ତି ଟ୍ରୋଲ, ଭାଇରାଲ ହେଉଛି ମଜାଦାର ମିମ୍ସ

BSKY

ଅହମ୍ମଦାବାଦ: ଆଜି ଅହମ୍ମଦାବାଦ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ବିଶ୍ୱକପ୍ ୨୦୨୩ ଫାଇନାଲ୍ ମ୍ୟାଚ୍ । ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଓ ଭାରତକୁ ବ୍ୟାଟିଂ କରିବା ଲାଗି ଆମନ୍ତ୍ରଣ କରିଥିଲା । କିନ୍ତୁ ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ମାତ୍ର ୪ ରନ୍ କରି ଶୁବମନ ଗିଲ୍ ଆଡଟ୍ ହୋଇଥିବା ବେଳେ କ୍ୟାପଟେନ୍ ରୋହିତ ଶର୍ମା ୩୧ ବଲ୍‌ରେ ମାତ୍ର ୪୭ ରନ୍ କରି ଆଉଟ୍ ହୋଇଛନ୍ତି । ଏହାପରେ ଶ୍ରେୟସ ଆୟର ମଧ୍ୟ ଆଉଟ୍ ହୋଇଯାଇଥିଲେ । ଇତିମଧ୍ୟରେ କୋହଲିଙ୍କ ସହିତ ଭାରତର ୭ ୱିକେଟ୍ ପଡି ସାରିଲାଣି ।

ଏବେ ସୋସିଆଲ ମିଡିଆରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ବହୁ ମଜାଦାର ମିମ୍ସ ଭାଇରାଲ ହେବାରେ ଲାଗିଛି । ଏହାରି ମଧ୍ୟରେ ଶ୍ରେୟସଙ୍କ ବ୍ୟାଟିଂକୁ ନେଇ ଜମାଦାର ଚର୍ଚ୍ଚା ହେଉଛି । ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ପ୍ୟାଟ୍ କ୍ୟୁମିନ ସବୁଠାରୁ ବେଷ୍ଟ ଡେଲିଭରୀ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଶ୍ରେୟସଙ୍କ ଲାଗି ହିଁ ସେଭ୍ କରି ରଖିଛି । ଅନ୍ୟ ଜଣେ ୟୁଜର ଏକ ମଜାଦାର ମିମ୍ସ ସେୟାର କରିଛନ୍ତି ଯାହା ତାରକ ମେହେଟ୍ଟାଙ୍କ ‘ଉଲଟା ଚଷମା’ ଉପରେ ଆଧାରିତ । ଯେଉଁଥିରେ ପିତା ଚମ୍ପକଲାଲ ପୁଅ ଜେଠାଲାଲଙ୍କୁ କହୁଛନ୍ତି, ‘ଶୀଘ୍ର ତୋର ଏ ଟିଭି ବନ୍ଦ କର’ ।

Get real time updates directly on you device, subscribe now.