fbpx

ଜାନୁଆରୀ ୩୧ ରେ ଶନି ହେବେ ଅସ୍ତ: ୫ ରାଶିର ଲୋକଙ୍କ ଉପରେ ଛାଇପାରେ ସଙ୍କଟର ବାଦଲ, କ୍ୟାରିୟର-ନିବେଶରେ ସତର୍କ

ନ୍ୟାୟ ଏବଂ କର୍ମର ଫଳ ପ୍ରଦାନ କରୁଥିବା ଶନି ବର୍ତ୍ତମାନ ନିଜ ରାଶି କୁମ୍ଭରେ ଅଛନ୍ତି । ଜାନୁଆରୀ ୧୭ ରେ ସେ କୁମ୍ଭରେ ପ୍ରବେଶ କରିଥିଲେ । ବର୍ତ୍ତମାନ ୩୧ ଜାନୁୟାରୀରେ ପ୍ରାୟ ୦୨.୪୬ ରେ କୁମ୍ଭ ରାଶିରେ ଶନି ଅସ୍ତ ହୋଇଯିବେ । ଶନି ୩୩ ଦିନ ପର୍ଯ୍ୟନ୍ତ କୁମ୍ଭରେ ଅସ୍ତ ରହିବେ । ତେବେ ୫ ମାର୍ଚ୍ଚରେ ରାତି ୦୮.୪୬ ରେ ଉଦୟ ହେବେ । ଶନିଙ୍କ ଅସ୍ତ ହେବାରୁ ୧୨ ଟି ରାଶି ମଧ୍ୟରୁ ୫ ଜଣଙ୍କୁ ସତର୍କ ରହିବାକୁ ପଡିବ । ସେମାନଙ୍କ ପାଇଁ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ ଇତ୍ୟାଦି କ୍ଷେତ୍ରରେ ସଙ୍କଟର ବାଦଲ ଛାଇପାରେ ।

ତିରୁପତି ଜ୍ୟୋତିଷାଚାର୍ଯ୍ୟ କୃଷ୍ଣ କୁମାର ଭାର୍ଗବ କହିଛନ୍ତି ଯେ, ଜାନୁଆରୀ ୩୧ ରେ ଶନିଙ୍କ ଅସ୍ତ ଯୋଗୁଁ ମେଷ, କର୍କଟ, ସିଂହ, ବିଛା ଏବଂ କୁମ୍ଭ ରାଶିର ଲୋକଙ୍କୁ ସତର୍କତାର ସହ କାର୍ଯ୍ୟ କରିବାକୁ ପଡିବ । ନିଜର ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିବ । ଆସନ୍ତୁ ଜାଣିବା ଶନିଙ୍କ ଅସ୍ତ ହେତୁ ଏହି ୫ ଟି ରାଶିର ଜୀବନ ଉପରେ କ’ଣ ପ୍ରଭାବ ପଡ଼ିବ?

ମେଷ: ଶନିଙ୍କ ଅସ୍ତ ଯୋଗୁଁ ଏହି ରାଶିର ଲୋକଙ୍କୁ କ୍ୟାରିୟର ଏବଂ ବିବାହିତ ଜୀବନରେ ସତର୍କ ରହିବାକୁ ପଡିବ । ଧନ ହାନିର ଯୋଗ ରହିଛି । ଏହି ସମୟରେ ଆପଣଙ୍କ କ୍ୟାରିଅରରେ ନୂଆ ଚ୍ୟାଲେଞ୍ଜ ଆସିପାରେ । କଠିନ ସମୟକୁ ବହୁତ ଧୈର୍ଯ୍ୟର ସହ ସାମ୍ନା କରିବାକୁ ପଡିବ । ୩୧ ଜାନୁୟାରୀରୁ ୦୫ ମାର୍ଚ୍ଚ ମଧ୍ୟରେ ନିବେଶ ସମ୍ବନ୍ଧୀୟ ନିଷ୍ପତ୍ତିଗୁଡିକ ଅତି ଯତ୍ନର ସହିତ ନିଅନ୍ତୁ । ଏପରି କୌଣସି କାମ କର ନାହିଁ, ଯାହା ଆପଣଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇବ ।

କର୍କଟ: ଶନିଙ୍କ ଅସ୍ତ ଯୋଗୁଁ ଏହି ରାଶିର ଲୋକେ ପ୍ରଭାବିତ ହେବେ । ଚାକିରି ଏବଂ ବ୍ୟବସାୟ କରୁଥିବା ଲୋକମାନେ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଲୋକମାନେ ଅନାବଶ୍ୟକ କଥାବାର୍ତ୍ତା ଏବଂ ଅଫିସ୍ ରାଜନୀତିଠାରୁ ଦୂରରେ ରହିବା ଉଚିତ୍ । ସହଭାଗୀ ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ଅଛି । ବିବାହିତ ଜୀବନରେ ମଧ୍ୟ ସାବଧାନ ସହ ରୁହନ୍ତୁ । ଏପରି କୌଣସି ଜିନିଷ କିମ୍ବା କାମ କର ନାହିଁ, ଯେଉଁଥିପାଇଁ ପତି-ପତ୍ନୀଙ୍କ ମଧ୍ୟରେ ବିବାଦ ହେବ ।

ସିଂହ: ଶନିଙ୍କ ଅସ୍ତ ଏହି ରାଶିର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ଆପଣଙ୍କୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ । ଖାଇବା ପିଇବାରେ ସାବଧାନ ରୁହନ୍ତୁ । ଛୋଟ ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ଅଣଦେଖା କରନ୍ତୁ ନାହିଁ । ଏହି ସମୟ ମଧ୍ୟରେ ଆପଣ ଆର୍ôଥକ ଅବସ୍ଥା ଯୋଗୁଁ ଚାପଗ୍ରସ୍ତ ହୋଇପାରନ୍ତି । ବ୍ୟବସାୟ କରୁଥିବା ଲୋକମାନେ ଟଙ୍କା ହରାଇପାରନ୍ତି । ବୁଝି ବିଚାରି କୌଣସି ସ୍ଥାନରେ ନିବେଶ କରନ୍ତୁ । ଆବଶ୍ୟକ ନଥିବେ ଏବେ ପାଇଁ ନିବେଶ କରନ୍ତୁ ନାହିଁ ।

ବିଛା: ଶନିଙ୍କ ଅସ୍ତ ଆପଣଙ୍କ ପରିବାରର ସମ୍ପର୍କ ଉପରେ ପ୍ରଭାବ ପକାଇପାରେ । ଭାଇ ଓ ଭଉଣୀଙ୍କ ସହ ସମ୍ପର୍କ ଖରାପ ହୋଇପାରେ । ବିତର୍କର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ । ଧୈର୍ଯ୍ୟ ସହିତ କାମ କରନ୍ତୁ । ଯଦି ଆପଣ ବର୍ତ୍ତମାନ ବ୍ୟବସାୟରେ କିଛି ନୂଆ ଚେଷ୍ଟା କରିବାକୁ ଚାହୁଁଛନ୍ତି, ତାହା କରନ୍ତୁ ନାହିଁ, ନଚେତ୍ ଆର୍ଥିକ ଅବସ୍ଥା ଖରାପ ହୋଇପାରେ । ୫ ମାର୍ଚ୍ଚ ପରେ କିଛି ନୂଆ କରିବାକୁ ଚିନ୍ତା କରନ୍ତୁ ।

କୁମ୍ଭ: ଶନି ହେଉଛନ୍ତି ଏହି ରାଶିର ସ୍ୱାମୀ ଗ୍ରହ ଏବଂ ଏହି ରାଶିରେ ରହିବା ସମୟରେ ହିଁ ଅସ୍ତ ହେଉଛନ୍ତି । ଏହି କ୍ଷେତ୍ରରେ ଆପଣଙ୍କୁ ସତର୍କ ରହିବାକୁ ପଡିବ । ବର୍ତ୍ତମାନ ଯଦି ଆପଣ ଚାକିରି ବଦଳାଇବାକୁ ଚିନ୍ତା କରୁଛନ୍ତି, ତାହା କରନ୍ତୁ ନାହିଁ । ଆପଣ ଯେଉଁଠାରେ ଅଛନ୍ତି, ସେଠାରେ କଠିନ ପରିଶ୍ରମ କରନ୍ତୁ । ଚାପରେ ଆସି ଚାକିରି ଛାଡନ୍ତୁ ନାହିଁ । ଏହା ଆପଣଙ୍କ ଆର୍ଥିକ ଅବସ୍ଥାକୁ ଖରାପ କରିପାରେ । ଏହି ସମୟରେ ଉଭୟ ପାରିବାରିକ ସମ୍ପର୍କ ଏବଂ ଦାମ୍ପତ୍ୟ ଜୀବନ ପ୍ରଭାବିତ ହୋଇପାରେ । ଏପରି ପରିସ୍ଥିତିରେ ଆପଣ ନିଜର କଥାବାର୍ତ୍ତା ଓ ବ୍ୟବହାର ୨ଟିରେ ନିୟନ୍ତ୍ରଣ ରଖନ୍ତୁ ।

Get real time updates directly on you device, subscribe now.