ଆଜି ଶନିବାର ହୋଇଥିବା ବେଳେ ଏହି ଦିନକୁ ଶନିଦେବଙ୍କ ପୂଜା ପାଇଁ ଉତ୍ସର୍ଗ କରାଯାଇଛି । କୁହାଯାଏ ଯେ ଶନି ଦେବ ନ୍ୟାୟର ଦେବତା, ଯିଏ ପ୍ରତ୍ୟେକ ଜୀବକୁ ନିଜ କାର୍ଯ୍ୟ ଅନୁଯାୟୀ ଉପଯୁକ୍ତ ଫଳ ଦିଅନ୍ତି । ଧାର୍ମିକ ବିଦ୍ୱାନଙ୍କ ଅନୁଯାୟୀ, ସେ ଯାହା ଉପରେ ପ୍ରସନ୍ନ ହୋଇଯାଆନ୍ତି, ତାଙ୍କ ଭାଗ୍ୟ ବଦଳିବାକୁ ବେଶୀ ସମୟ ଲାଗିନଥାଏ । ସେହିପରି ଯଦି କାହା ଉପରେ ଶନିଦେବଙ୍କ ଅଶୁଭ ଦୃଷ୍ଟି ପଡିଯାଏ, ତେବେ ତାହାର କୌଣସି ବି କାମ ସଫଳ ହୋଇନଥାଏ । ଆଜି ଆମେ ଶନିଙ୍କ କୁଦୃଷ୍ଟିରୁ ବର୍ତ୍ତିବାର ୫ ଟି ଉପାୟ ବିଷୟରେ କହୁଛୁ, ଯାହାକୁ ଆପଣ ଭୁଲରେ ବି କରିବା ଉଚିତ୍ ନୁହେଁ ।
ଶନିଙ୍କ କୁଦୃଷ୍ଟିରୁ ବର୍ତ୍ତିବାର ଉପାୟ
-ଜ୍ୟୋତିଷଙ୍କ ଅନୁଯାୟୀ, ଯେଉଁମାନେ ଅପରିଷ୍କାର ଜୀବନଯାପନ କରନ୍ତି, ସେମାନେ କେବେହେଲେ ଶନି ଦେବଙ୍କ ଆଶୀର୍ବାଦ ପାଆନ୍ତି ନାହିଁ । ଏହିପରି ଲୋକଙ୍କୁ ସର୍ବଦା ଶନିଙ୍କ କ୍ରୋଧର ସାମ୍ନା କରିବାକୁ ପଡେ ଏବଂ ସେମାନେ ସର୍ବଦା ଧନର ଅଭାବ, ଅସୁସ୍ଥ ଓ ଯନ୍ତ୍ରଣା ଭୋଗ କରନ୍ତି ।
-ଯେଉଁ ଲୋକ ଶନିବାର ଦିନ ବା ଅମାବ୍ୟାସା ଦିନ ମଦ ପିଅନ୍ତି ବା ଆମିଷ ଭୋଗନ କରନ୍ତି, ତାଙ୍କୁ ଶନିଦେବ କେବେ ବି କ୍ଷମରା କରନ୍ତି ନାହିଁ । ଏପରି ଲୋକଙ୍କ ଉପରେ ଶନିଙ୍କ ମହାଦଶା ସବୁବେଳେ ରହିଥାଏ । ସେମାନେ ପ୍ରତ୍ୟେକ ପଦକ୍ଷେପରେ ବିଫଳତାର ସମ୍ମୁଖୀନ ହୁଅନ୍ତି ଏବଂ ଘରେ ଅସନ୍ତୋଷ ବୃଦ୍ଧି ପାଇଥାଏ ।
-ନିରୀହ ପଶୁମାନଙ୍କୁ ହତ୍ୟା କର ନାହିଁ
ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁମାନେ ମୂକ ପ୍ରାଣୀ ବିଶେଷ କରି କୁକୁରମାନଙ୍କୁ ହତ୍ୟା କରନ୍ତି, ସେମାନଙ୍କୁ ଶନି ଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ । ଏହିପରି ଲୋକମାନେ କଦାପି ଖୁସି ରହିପାରିବେ ନାହିଁ ଏବଂ ସେମାନଙ୍କୁ ଅନେକ ଦୁଃଖର ସାମ୍ନା କରିବାକୁ ପଡିବ । ସେମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ବାଧ୍ୟ ହେବେ ।
-ସନାତନ ଧର୍ମରେ ଓସ୍ତଗଛକୁ ସବୁଠାରୁ ପବିତ୍ର ଏବଂ ପୂଜନୀୟ କୁହାଯାଏ । ଯେଉଁମାନେ ଓସ୍ତଗଛକୁ କାଟନ୍ତି ବା କିଛି ପ୍ରକାରର କ୍ଷତି ପହଞ୍ଚାନ୍ତି, ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଥାଏ । ଶନି ଦେବ ଏପରି ଲୋକଙ୍କ ଉପରେ କ୍ରୋଧିତ ହୁଅନ୍ତି ଏବଂ ସେମାନଙ୍କୁ ବହୁତ କ୍ଷତିର ସମ୍ମୁଖୀନ ହେବାକୁ ପଡିଥାଏ ।
-ବଡ଼ମାନଙ୍କୁ ଅପମାନ କର ନାହିଁ
ଧାର୍ମିକ ବିଦ୍ୱାନଙ୍କ ଅନୁଯାୟୀ, ଯେଉଁ ଘରେ ମା’ଙ୍କୁ ଦୁର୍ବ୍ୟବହାର କରାଯାଏ ଏବଂ ବଡ଼ମାନେ ଅପମାନିତ ହୁଅନ୍ତି, ସେଠାରେ ଶନି ଦୋଶ ପଡ଼ିଥାଏ । ଧନ ଧିରେ ଧିରେ ଏପରି ଲୋକଙ୍କ ଘରୁ ସରିବାକୁ ଲାଗେ ଏବଂ ପରିବାର ସଦସ୍ୟ ଋଣ ଜାଲରେ ଦବିଯାଆନ୍ତି ।