୩୦ ବର୍ଷ ପରେ ଶନି-ମଙ୍ଗଳଙ୍କ ସଂଯୋଗରେ ଗଠନ ହେଉଛି ସମସପ୍ତକ ଯୋଗ, ଏହି ରାଶିଙ୍କର ବଢିବ ମାନସିକ ଚିନ୍ତା

ଏହି ରାଶିମାନେ ରୁହନ୍ତୁ ସାବଧାନ

ଓଡ଼ିଶା ଭାସ୍କର: ଗ୍ରହମାନଙ୍କ ଚଳନ ସମୟ ସମୟରେ ପରିବର୍ତ୍ତନ ହୋଇଥାଏ। ଏଥିରେ ଶୁଭ-ଅଶୁଭ ଯୋଗର ନିର୍ମାଣ ହୋଇଥାଏ। ଏମିତି ଏକ ଯୋଗ ୨୮ ଜୁଲାଇ ୨୦୨୫ରେ ହେବାକୁ ଯାଉଛି। ଏହାକୁ ସମସପ୍ତକ ଦୋଷ କୁହାଯାଏ।

୨୮ ଜୁଲାଇରେ ଗ୍ରହଙ୍କ ସେନାପତି ମଙ୍ଗଳ ନିଜର ଶତ୍ରୁ ରାଶି କନ୍ୟାରେ ଗୋଚର କରିବେ। ସେହିପରି ଶନି ଦେବ ଏହି ସମୟରେ ମୀନ ରାଶିରେ ଅଛନ୍ତି, ଏମାନଙ୍କ ସାମ୍ନା ସାମ୍ନି ହେବାରେ ସମସପ୍ତକ ଯୋଗର ଗଠନ ହେବ। ତେବେ ଆସନ୍ତୁ ଜାଣିବା କେଉଁ ରାଶି ଏହି ଯୋଗରେ ଅସୁବିଧାର ସମ୍ମୁଖୀନ ହେବେ।

ମେଷ: ଏହି ରାଶି ଉପରେ ସମସପ୍ତକ ଯୋଗର ଅଶୁଭ ପ୍ରଭାବ ପଡ଼ିପାରେ। ଏଥିପାଇଁ ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ। ଆପଣଙ୍କ ରାଶିରେ ପୂର୍ବରୁ ହିଁ ଶନି ସାଢେସାତୀ ଚାଲିଛି।

ଏଥିରେ ଶନି-ମଙ୍ଗଳଙ୍କ ସଂଯୋଗରେ ଆପଣଙ୍କ ମାନସିକ ଏବଂ ଶାରୀରିକ କଷ୍ଟ ବଢିପାରେ। ଏଥିସହ ଏହି ସମୟରେ ଆପଣଙ୍କର ଟଙ୍କା ପଇସା ଅଭାବ ହୋଇପାରେ।

ମିଥୁନ: ସମସପ୍ତକ ଯୋଗର ପ୍ରଭାବ ଆପଣଙ୍କ ଉପରେ ପଡ଼ିପାରେ। ଖାସକରି ଚାକିରି ଏବଂ କ୍ୟାରିୟର କ୍ଷେତ୍ରରେ ଏହି ସମୟ ଆପଣଙ୍କ ପାଇଁ କଷ୍ଟ କର ହୋଇପାରେ। ଆପଣଙ୍କ କାମରେ ଅଳସୁଆମୀ ପ୍ରଭାବ ପକାଇପାରେ। ଏହି ପରିସ୍ଥିତିରେ ଆପଣ ଆକ୍ଟିଭ ରୁହନ୍ତୁ ଏବଂ ଶାନ୍ତ ରୁହନ୍ତୁ।

କର୍କଟ: ସମସପ୍ତକ ଯୋଗ କର୍କଟ ରାଶିଙ୍କ ପାଇଁ ପ୍ରତିକୂଳ ରହିପାରେ। ଏହି ସମୟରେ ଆପଣଙ୍କର ଟଙ୍କା ପଇସା ଅଧିକ ଖର୍ଚ୍ଚ ହୋଇପାରେ। ଋଣ ଏବଂ ଧନହାନୀ ଯୋଗ ହୋଇପାରେ। ଏଥିପାଇଁ ଟଙ୍କା ପଇସା ଖର୍ଚ୍ଚ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ।