ଦୀର୍ଘ ୨୭ ବର୍ଷ ପରେ ଶନିଦେବ ନିଜ ନକ୍ଷତ୍ରରେ କରିବେ ପ୍ରବେଶ, ବୃଷ ସହିତ ୩ ରାଶି ହେବେ ମାଲାମାଲ୍
ବଦଳିଯିବ ଏହି ରାଗି ଗୁଡ଼ିକର ଭାଗ୍ୟ । ସବୁ ଆଶା ପୂରା କରିବେ ଶନି ଦେବ ।
ଓଡ଼ିଶା ଭାସ୍କର: ନ୍ୟାୟର ଦେବତା ଶନିଙ୍କୁ ସବୁଠାରୁ କଠୋର ଗ୍ରହ ବୋଲି ଲୋକେ ମାନନ୍ତି । କାରଣ ଶନିଦେବ ବ୍ୟକ୍ତିଙ୍କୁ ସେମାନଙ୍କ କର୍ମ ଅନୁସାରେ ହିଁ ଫଳ ଦେଇଥାଆନ୍ତି । ଯେଉଁ କାରଣରୁ ଶନି ରାଜାକୁ ରଙ୍କ ଓ ଗରିବକୁ ରାଜା ବନେଇ ଦିଅନ୍ତି ।
ଶନିଦେବ ପ୍ରତି ଅଢ଼େଇ ବର୍ଷରେ ରାଶି ପରିବର୍ତ୍ତନ କରୁଥିବାବେଳେ ପ୍ରତିବର୍ଷ ନକ୍ଷତ୍ର ପରିବର୍ତ୍ତନ କରନ୍ତି । ଚଳିତ ବର୍ଷ ଏପ୍ରିଲ ୨୮ ତାରିଖ ସକାଳ ୭ଟା ବାଜି ୫୨ ମିନିଟରେ ଶନି ସ୍ୱନକ୍ଷତ୍ରକୁ ପ୍ରବେଶ କରିବେ । ଏ ପରିବର୍ତ୍ତନର ପ୍ରଭାବ ପ୍ରତ୍ୟେକ ରାଶି ଉପରେ ପଡ଼ିବ, ତେବେ ଚାଲନ୍ତୁ ଜାଣିବା କାହାଉପରେ ପଡ଼ିବ ଶନିଙ୍କ ଶୁଭଦୃଷ୍ଟି ।
ବୃଷ ରାଶି: ଏହି ରାଶିର ଏକାଦଶ ଗୃହରେ ଶନିଙ୍କ ଗୋଚର ପ୍ରଭାବ ରହିବ । ଏହାଦ୍ୱାରା ବୃଷ ରାଶିର ବ୍ୟକ୍ତିମାନଙ୍କୁ ଧନ ଓ ସମ୍ପତି ଲାଭର ଯୋଗ ରହିଛି । ସୁଯୋଗ ମିଳିବ, ସମାଜରେ ମାନ ସମ୍ମାନ ବୃଦ୍ଧି ଘଟିବ ।ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମ୍ପର୍କ ସ୍ଥାପନ ହେବ । ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।
କର୍କଟ ରାଶି: ଶନିଙ୍କ ଏହି ଗୋଚର କର୍କଟ ରାଶିର ନବମ ଗୃହରେ ହେବ । ଏହାଦ୍ୱାରା କର୍କଟ ରାଶିର ବ୍ୟକ୍ତିଭ୍କ ପୁରୁଣା ସମସ୍ୟାର ସମାଧାନ ହେବ । ଧର୍ଯ୍ୟ ସହକାରେ କାମ କଲେ ସଫଳତା ନିଶ୍ଚିତ ମିଳିବ । ଲକ୍ଷ୍ୟ ହାସଲ କରିବେ ।ଦାମ୍ପତ୍ୟ ଜୀବନ ମଧୁମୟ ହେବ ।
ତୁଳା ରାଶି: ଶନିଙ୍କ ଗୋଚର ତୁଳା ରାଶିର ଷଷ୍ଠ ଗୃହରେ ହେବ । ଯାହାଦ୍ୱାରା ଏ ରାଶିର ବ୍ୟକ୍ତିମାନଙ୍କୁ ବଡ଼ ଲାଭ ମିଳିବ । ଅଧା ରହିଥିବା କାମ ପୂରା ହେବ । କାର୍ଯ୍ୟକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ହେବ ।